ବଡସିଂହାର ବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି

କୋଭିଡ କଟକଣାରେ ପୂଜାର୍ଚ୍ଚନା ଓ ଦର୍ଶନ କଲେ ଭକ୍ତ

ଆରଡି : ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଗର୍ଭଣା ସଂକ୍ରାନ୍ତୀ ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକମାସ। ଏଥିପାଇଁ ମଣିବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। କୋଭିଡ କଟକଣା ବଳବତ୍ତର ରହିଥିବାରୁ କରୋନା କଟକଣା ନିୟମ ପାଳନ କରି ସେବାୟତମାନେ ମଣିବାବାଙ୍କର ପୂଜାର୍ଚ୍ଚନା କରିଥିବା ବେଳେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ବାବାଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଥିଲେ। ମନ୍ଦିରରର ଦୈନନ୍ଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ଚନ୍ଦନ, ବେଲ୍ବପତ୍ର, ବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଭୋଗ, ଦିବା ୧ଟାରେ ଯୋଗୀବେଶ ଓ ବଡ ଅନ୍ନନୀତିଭୋଗ, ଅପରାହ୍ଣ ୪ଟାରେ ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ପରେ ସଂଧ୍ୟା ଆଳତୀ, ଷୋଡଶନୀତି କରାଯାଇଥିଲା।

Comments are closed.