ଆଖଣ୍ଡଳମଣିଙ୍କ ପୀଠରେ ବିଶ୍ୱଶାନ୍ତି ଗୀତାଯଜ୍ଞ ଆରମ୍ଭ

0

ଆରଡି : ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମସ୍ଥ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ରବିବାର ବିଶ୍ୱାଶାନ୍ତି ଗୀତା ମହାଯଜ୍ଞ ଆରମ୍ଭ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଭୋର ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ଦିଗମ୍ବର ବେଶ ଆଦି ସମସ୍ତ ସକାଳ ନୀତିକାନ୍ତୀ ଦିବା ୧ଟା ସୁଧା ସରିବା ପରେ ଯଜ୍ଞ ମଣ୍ଡପରେ ନାରାୟଣଙ୍କୁ ଘଣ୍ଟାକିର୍ତ୍ତନ, ଛତ୍ରଚାମର ଆଦି ଦ୍ୱାରା ବିଜେ କରାଯିବା ପରେ ଘଟ ସ୍ଥାପନ, ଦ୍ୱାରପାଳ ପୂଜା, ପାର୍ଶ୍ବ ଦେବବତା ପୂଜା, ମହାରୁଦ୍ରାଭିଷେକ, ପଞ୍ଚଉପଚାର ପୂଜା ସରିବା ପରେ ସୂର୍ଯ୍ୟ ପୂଜା ଗୋପୂଜା ଆଦି ସମସ୍ତ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ଣରେ ମଣିବାବାଙ୍କ ବଡସଂହିାର ନୀତି ଅନୁଷ୍ଠିତ ହେବା ସହିତ ଯଜ୍ଞକୁଣ୍ଡରେ ବିଶ୍ୱା କଲ୍ୟାଣ ଉଦ୍ୟେଶରେ ଘୃତ, ପୁଷ୍ପ, ସମିଦ, ଅନ୍ନ ଆଦି ଆହୁତୀ କରାଯାଇଥିଲା। ଏହି ମହାଯଜ୍ଞ ଆସନ୍ତା ପର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ପୂଣ୍ଣାହୁତୀ କରାଯିବ। ଏପରିକି ପ୍ରତ୍ୟେକଦିନ ସଂଧ୍ୟାରେ ଭଜନ କିର୍ତ୍ତନ ସହ ପ୍ରବଚନ ଓ ପାରାୟଣ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।

Leave A Reply