ଅଲେଖ ସାଧୁଙ୍କ ବିୟୋଗରେ ବ୍ରହ୍ମଧ୍ୱନୀ, ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ

ପିପିଲି :ପିପିଲି ନିକଟବର୍ତ୍ତୀ ଗୋଡିମାଳ ଗ୍ରାମର ଅଲେଖ ସାଧୁ ରସାନନ୍ଦ ପୂଜାରୀଙ୍କ ବିୟୋଗରେ ମହିମା ଧର୍ମର ରିତୀନିତୀ ଅନୁଯାଇ ବ୍ରହ୍ମଧ୍ୱନୀ, ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ ଆଦି କରାଯାଇ ତାଙ୍କର ସ୍ୱର୍ଗପ୍ରାପ୍ତି କାମନା କରାଯାଇଛି । ବିଧି ଅନୁଯାଇ ଶରୀର ତ୍ୟାଗର ୨୧ଦିନରେ ରାତ୍ର ଉଜାଗର ରହି ବ୍ରହ୍ମମନ୍ତ୍ର ଜପ, ଭଜନ, ସ୍ମରଣ, ଚିନ୍ତନ ଆଦି କରାଯାଇଥିଲା । ଅମର ଆତ୍ମା ସ୍ୱର୍ଗପ୍ରାପ୍ତି ନିମନ୍ତେ ଅଲେଖ ଧର୍ମର ବିଧି ଅନୁସାରେ ଏହିସବୁ କାର୍ଯ୍ୟ ସଂପାଦନ କରାଯାଇଥିଲା । ଏହି ୨୧ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିମା ଅଲେଖ ସାଧୁମାନେ ଯୋଗ ଦେଇଥିଲେ ।

Comments are closed.