ପାଠକ ପୁଅ ଆକାଉଣ୍ଟରୁ ପୁଣି ମିଳିଲା ଦେଢ଼ କୋଟି ଟଙ୍କା; ସୂଚନା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କର ଆଉ କିଛି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । ଏହି ଆକାଉଣ୍ଟରୁ ୧.୪୭ କୋଟି ଟଙ୍କା ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି । ଏହି ଟଙ୍କାକୁ ମିଶାଇ ବର୍ତମାନ ସୁଦ୍ଧା ଆକାଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୭.୫୨ କୋଟି ଟଙ୍କା ଠାବ ହୋଇଥିବା ଜଣାପଡ଼ିଛି ।

ଭୁବନେଶ୍ବର ଓ ପୁନେରେ ଥିବା ତାଙ୍କ ବ୍ୟାଙ୍କ ଜମା ଖାତାରେ ଏହି ଟଙ୍କା ଜମା ହୋଇଥିଲା । ଏହିଟଙ୍କା କିଏ ଜମା କରିଛି, କାହିଁକି ଜମା କରିଛି, କେବେ ଜମା କରାଯାଇଛି ସେ ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହୋଇଛି । ଏପରିକି ପାଠକ ବାପା-ପୁଅଙ୍କ ହସ୍ତାକ୍ଷର ଯାଞ୍ଚ କରାଯାଉଥିବା ମଧ୍ୟ ଭିଜିଲାନ୍ସ ସୂଚନା ଦେଇଛି ।

Comments are closed.