‘ଜିରୋ’ ଚଳଚ୍ଚିତ୍ରକୁ ନେଇ ଶାହରୁଖଙ୍କ ବିରୋଧରେ ମାମଲା ରୁଜୁ

0

ନୂଆଦିଲ୍ଲୀ : ‘ଜିରୋ’ ଚଳଚ୍ଚିତ୍ରକୁ ନେଇ ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ବିରୋଧରେ ସୋମବାର ଅକାଳୀ ଦଳ ବିଧାୟକ ମନଜିନ୍ଦର ସିଂହ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍‍ ଏକ ମାମଲା ରୁଜୁ କରିଛି।
ଅଭିଯୋଗରେ ଦର୍ଶାଯାଇଛି ଯେ ଶାହରୁଖ ଖାନ ଶିଖଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ‘ଜିରୋ’ ଚଳଚ୍ଚିତ୍ର ପୋଷ୍ଟରରେ ଶାହରୁଖ ଖାନ ଶିଖଙ୍କ ଏକ କୃପାଣ ଧାରଣ କରିଛନ୍ତି। ଏହାକୁ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଡିଏସ୍‍ଜିପିସି) ଏବଂ ଅନ୍ୟ ଶିଖ ସଂଗଠନ ଗୁଡ଼ିକ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଚଳଚ୍ଚିତ୍ର ପୋଷ୍ଟରରେ ଶାହରୁଖ ଫୁଙ୍ଗୁଳା ଶରୀରରେ ଥିବାବେଳେ ଗଳାରେ କୃପାଣ ପିନ୍ଧିଛନ୍ତି। ଏହା ଶିଖ ଧାର୍ମିକ ଭାବନାକୁ ବ୍ୟଙ୍ଗ କରିବା ସହ ଆଘାତ ଦେଇଛି।

Leave A Reply