ମିଳିତ ଭାବେ ଏ.କେ. ବନ୍ଧୁକ ଉତ୍ପାଦନ ପ୍ରସ୍ତାବକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

0

ନୂଆଦିଲ୍ଲୀ : ରାଫେଲ ବିମାନ କ୍ରୟକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା କେନ୍ଦ୍ର ସରକାର ଆଦାନି ଗ୍ରୁପ ସହ ମିଳିତ ଭାବେ ଏ.କେ.-୪୭ ଠାରୁ ଅତ୍ୟାଧୁନିକ ବନ୍ଧୁକ ଏ.କେ.-୧୦୩ ଉତ୍ପାଦନ କରିବା ନେଇ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମିଳିତ ଉଦ୍ୟୋଗରେ ଏ.କେ.-୧୦୩ ବନ୍ଧୁକ ପ୍ରସ୍ତୁତ କରିବା ଲାଗି ରୁଷ ସରକାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୨୦୧୮ ଏପ୍ରିଲରେ ମସ୍କୋଠାରେ ପ୍ରସ୍ତାବ ଦେଇଥିଲେ। ଭାରତୀୟ ସେନା ୭ ଲକ୍ଷ ବନ୍ଧୁକ ଅଧିଗ୍ରହଣ କରିବାର ଯୋଜନା ରଖିଥିବା ବେଳେ ଉଚିତ୍‍ ସମୟରେ ରୁଷ ଏହି ପ୍ରସ୍ତାବ ଦେଇଥିଲା; କିନ୍ତୁ ପ୍ରଚଳିତ ବିଧିବ୍ୟବସ୍ଥା ଅନୁସାରେ କେବଳ ରୁଷିଆର ପ୍ରତିରକ୍ଷା କମ୍ପାନୀ କାଲାସ୍କିକୋଭ କନ୍‍ସର୍ଣ୍ଣ ଏହିଭଳି ପ୍ରକଳ୍ପ ପାଇଁ ସରକାରଙ୍କ ‘ଅର୍ଡନାନ୍ସ ଫ୍ୟାକ୍ଟ୍ରିଜ’୍‍ ସହିତ ଅଂଶୀଦାରିତା କରିପାରିବ। ଏଣୁ ଅଦାନୀ ଗ୍ରୁପ୍‍ ସହିତ ମିଳିତ ଭାବେ ଏ.କେ.-୧୦୩ ବନ୍ଧୁକ ନିର୍ମାଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ରୁଷ ସରକାର ଚାହିଁଲେ ସରକାରୀ କମ୍ପାନୀଗୁଡିକର ଅଂଶୀଦାରିତାରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ସରକାରୀ ଅଧିକାରୀ କହିଛନ୍ତି।

Leave A Reply