ଆଜଲାନ ଶାହ ହକି: ଆର୍ଜେଣ୍ଟିନାଠୁ ଭାରତ ପରାସ୍ତ

0

ମାଲେସିଆ: ଏଠାରେ ଅନୁଷ୍ଠିତ ୨୭ତମ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟର ଶନିବାର ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି। ବିଶ୍ୱର ଦୁଇ ନମ୍ବର ଦଳ ଆର୍ଜେଣ୍ଟିନା ୩-୨ ଗୋଲରେ ବିଜୟ ଲାଭ କରିଛି। ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲ ପିଲଟ ହ୍ୟାଟ୍ରିକ ଗୋଲସ୍କୋର କରିଥିଲେ। ବର୍ଷା ଯୋଗୁ କିଛି ସମୟ ପାଇଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ତେବେ ଖେଳର ୧୩ତମ ମିନିଟ, ୨୪ତମ ମିନିଟ ଓ ୩୩ତମ ମିନିଟରେ ଗୋଞ୍ଜାଲ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଅପରପକ୍ଷରେ ବିଶ୍ୱ ଽାଙ୍କିଂର ୬ ନମ୍ବର ମାନ୍ୟତା ପ୍ରାପ୍ତ ଭାରତୀୟ ଦଳ ଦୁଇଟି ଗୋଲ ଦେଇଥିଲା। ଉଭୟ ଦଳ ମଧ୍ୟରେ କଡା ଟକ୍କର ସତ୍ତ୍ୱେ ଶେଷରେ ଆର୍ଜେଣ୍ଟିନା ୩-୨ରେ ମ୍ୟାଚ ବିଜୟୀ ହୋଇଥିଲା। ରବିବାର ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଇଂଲଣ୍ଡ ସହ ଖେଳିବ।

Leave A Reply