ଆସନ୍ତାକାଲି ପହଞ୍ଚିବ ସହିଦ ଅଜିତ ସାହୁଙ୍କ ମୃତଦେହ

ଭୁବନେଶ୍ବର : ଜାମ୍ମୁ-କାଶ୍ମୀର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ୍ ସାହୁଙ୍କ ମୃତଦେହ ବୁଧବାର ଓଡିଶା ଆସିବ । ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଆଜି ପହଂଚିବାର ଥିଲା କିନ୍ତୁ ବିହାରର ପାଟଣା ଠାରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମରଶରୀର ଆସିବାରେ ବିଳମ୍ବ ହୋଇଛି। ମୃତଦେହ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଜନ୍ମଭୂମି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୧୫ରେ ଅଜିତ୍ ସାହୁ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

Comments are closed.