ପରଲୋକରେ ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ

ପୁରୀ: ପିପିଲି ଉପ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ବୁଧବାର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ ଶ୍ରୀ ମଙ୍ଗରାଜ। ଗତ ୧୦ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଅପରପକ୍ଷରେ ଶ୍ରୀ ମଙ୍ଗରାଜ ସ୍ଵୀକୃତି ପ୍ରାପ୍ତ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିୟୋଗ ପରେ ନିର୍ବାଚନ ସ୍ଥଗିତ ହେବାର ସମ୍ଭାବନା ରହିଛି। ଏନେଇ ନିର୍ବାଚନ କମିଶନଙ୍କ ମତାମତ ଲୋଡାଯାଇଛି।

Comments are closed.