ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥା ଗମ୍ଭୀର

ସମାଜ ପୋର୍ଟାଲ ଡେସ୍କ: ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ପୁଣିଥରେ ହୃଦଘାତ ହୋଇଛି। ନାରାୟଣ ହସ୍ପିଟାଲ ନିର୍ଦେଶକ ଡ.ସୁନୀଲ ଖେମକା ଏନେଇ ସୂଚନା ଦେଇଛନ୍ତି। ମେ ୨୭ ତାରିଖ ରାତିରେ ତାଙ୍କୁ ହୃଦଘାତ ହୋଇଥିଲା। ଡାକ୍ତରୀ ଟିମର ଅନେକ ପ୍ରୟାସ ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ଯୋଗୀଙ୍କ ପରିବାରର ଅନୁମତି ନେଇ ଡାକ୍ତର ଗୁରୁବାର ଦିନ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ତାଙ୍କ ଅବସ୍ଥା ଭଲ ଥିଲା ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଅଜିତ ଯୋଗୀଙ୍କ ଅବସ୍ଥା ପୁଣି ଗମ୍ଭୀର ଥିବା କୁହାଯାଉଛି। ଡାକ୍ତରୀ ଟିମ ଲଗାତାର ତାଙ୍କୁ ନୀରିକ୍ଷଣ କରୁଛନ୍ତି।

Comments are closed.