ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କୁ ‘ଜେଡ’ ଶ୍ରେଣୀର ସୁରକ୍ଷା

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସ୍‍ଏ) ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କୁ ‘ଜେଡ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସୌର୍ଯ୍ୟ ଡୋଭାଲଙ୍କ ବ୍ୟତୀତ ପଶ୍ଚିମବଙ୍ଗରୁ ନିର୍ବାଚନ ଲଢୁଥିବା ବିଜେପିର ୧୦ ଜଣ ପ୍ରାର୍ଥୀଙ୍କୁ ମଧ୍ୟ କେନ୍ଦ୍ର ସରକାର ସାମୟିକ ଭାବେ ସୁରକ୍ଷା ପ୍ରଦାନ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସୁରକ୍ଷା ଆକଳନ ରିପୋର୍ଟ ମିଳିବା ପରେ ୪୩ ବର୍ଷିୟ ସୌର୍ଯ୍ୟ ଡୋଭାଲଙ୍କୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ‘ମୋବାଇଲ ସୁରକ୍ଷା କଭର’ ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଅନୁପମ ହାଜରା, ବାରାକପୁର ଲୋକସଭା ଆସନରୁ ନିର୍ବାଚନ ଲ÷ୁଥିବା ଅର୍ଜୁନ ସିଂହଙ୍କୁ ‘ୱାଇ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି।

Comments are closed.