ଅଜିତ୍‍ ଡୋଭଲଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ପାଇଁ ବୃଦ୍ଧି : ମିଳିଲା କ୍ୟାବିନେଟ୍‍ ପାହ୍ୟା

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‍ ଡୋଭଲଙ୍କ କାର୍ଯ୍ୟକାଳକୁ ପୁଣି ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ତାଙ୍କୁ କ୍ୟାବିନେଟ୍‍ ପାହ୍ୟା ମର୍ଯ୍ୟାଦା ମିଳିଛି । ଜାତୀୟ ନିରାପତ୍ତା କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ତାଙ୍କୁ କ୍ୟାବିନେଟ୍‍ ପାହ୍ୟା ଦିଆଯାଇଛି । ଏହି ନିଯୁକ୍ତି ପାଞ୍ଚ ବର୍ଷ ପାଇଁ ବଳବତ୍ତର ରହିବ । କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରି ପ୍ରଦାନ କରିଛି । ଗତ ବର୍ଷ ସରକାର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ଅଧୀନରେ ଏକ କମିଟି ଗଠନ କରିଥିଲେ। ଯାହା ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରୁଥିଲା । ଜାତୀୟ ସୁରକ୍ଷା ପରିଷଦ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ନିରାପତ୍ତା ସଂକ୍ରାନ୍ତରେ ପରାମର୍ଶ ଦେଇଥାଏ ।

Comments are closed.