ପମ୍ପିଓ ଓ ମାଟିସଙ୍କ ସହ ଡୋଭାଲଙ୍କ ଆଲୋଚନା

0

ୱାଶିଂଟନ୍‍ : ଭାରତ-ଆମେରିକା ସହଯୋଗର ଭବିଷ୍ୟତ ସମ୍ପର୍କରେ ଭାରତ ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏଠାରେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଓ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‍ଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଡୋଭାଲଙ୍କ ପ୍ରତିପକ୍ଷ ଜନ୍‍ ବୋଲଟନ୍‍ ମଧ୍ୟ ଉପସ୍ଥିତ ଥିଲେ। ଭାରତ-ଆମେରିକା ଦୁଇ-ଦୁଇ ସମ୍ମିଳନୀର ସଫଳତା ପରେ ଡୋଭାଲଙ୍କ ଏହି ଆଲୋଚନା ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପୁନଶ୍ଚ ଡୋଭାଲଙ୍କ ଆମେରିକା ଗସ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଆଗମନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ପମ୍ପିଓ ଓ ମାଟିସଙ୍କ ଭାରତ ଗସ୍ତ ସମୟରେ ସେମାନଙ୍କ ସହିତ ଡୋଭାଲଙ୍କର ଆଲୋଚନା ହୋଇଥିଲା; ତେବେ ବୋଲ୍‍ଟନ୍‍ଙ୍କ ସହିତ ଏହା ପ୍ରଥମ ସାକ୍ଷାତ। ଏହି ଆଲୋଚନା ବେଶ୍‍ ଫଳପ୍ରଦା ହୋଇଥିବା ଡୋଭାଲ କହିଛନ୍ତି।

Leave A Reply