ଅଜୟ ଜୟରାମ୍‍ ଫାଇନାଲରେ ପରାସ୍ତ

0

ହୋ ଚିନ ମିନ୍ ସିଟି : ଭାରତର ଅଜୟ ଜୟରାମ୍ ଭିଏତନାମ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ  ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ବିଫଳ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ସେସାର ହିରେନ ରୁସ୍ତାଭିତୋଙ୍କଠାରୁ ସିଧାସଳଖ ୧୪-୨୧ ଓ ୧୦-୨୧ ଗେମରେ ପରାସ୍ତ ହୋଇଛନ୍ତି। ୩୦ ବର୍ଷ ବୟସ୍କ ଅଜୟ ଜୟରାମ୍ ଏହି ମ୍ୟାଚରେ ବିଜୟ ଲାଭ କରିଥିଲେ ଚଳିତ ସିଜିନରେ ଏହା ତାଙ୍କ ପ୍ରଥମ ଟାଇଟଲ ହୋଇଥାଆନ୍ତା। ତେବେ ତାଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି।
ଅନ୍ୟପକ୍ଷରେ ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଜୟରାମ ୨୧-୧୪, ୨୧-୧୯ ଗେମରେ ୭ମ ସିଡ୍ ମାନ୍ୟତାପ୍ରାପ୍ତ ଜାପାନର ୟୁ ଇଗାରାସିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଟାଇଟଲ ହାସଲ କରିଥିବା ହିରେନ ରୁସ୍ତାଭିତୋ ସେମିଫାଇନାଲରେ ଭାରତର ମିଠୁନ ମଞ୍ଜୁନାଥଙ୍କୁ ୧୭-୨୧, ୨୧-୧୯, ୧୪-୨୧ ଗେମରେ ପରାସ୍ତ କରିଥିଲେ।

Leave A Reply