ଗଲୱାନ ଘାଟି ସଂଘର୍ଷ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ ଅଜୟ

ମୁମ୍ବଇ: ଗଲୱାନ ଘାଟି ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ବଲିଉଡ଼ ଅଭିନେତା ଅଜୟ ଦେବଗନ୍‍। ଏଥିରେ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ଲଢିବା ସମୟରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ବୀରତ୍ୱ ଓ ବଳିଦାନର କାହାଣୀ ଦେଖିବାକୁ ମିଳିବ। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ଅଜୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚଳଚ୍ଚିତ୍ରର ନାଁ ଏବଂ କଳାକାରଙ୍କୁ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଖୁବ୍‍ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ତରଣ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍‍ ୧୫ ତାରିଖରେ ଲଦାଖର ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ।

Comments are closed.