ଉତ୍ତରପ୍ରଦେଶରେ ଟିକସ ମୁକ୍ତ ହେଲା ଅଜୟଙ୍କ ‘ତାନାଜୀ’

ମୁମ୍ବଇ: ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍ସବଙ୍ଗ୍‍ ୱାରିୟର୍‍’କୁ ଉତ୍ତରପ୍ରଦେଶରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଛି। ଏହି ସିନେମାଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାବେଳେ ଏହା ଚଳିତ ବର୍ଷର ପ୍ରଥମ ବ୍ଲକବଷ୍ଟର ସିନେମା ପାଲଟିବାକୁ ଯାଉଛି। ଉତ୍ତରପ୍ରଦେଶରେ ଏହାକୁ ଟିକସ ମୁକ୍ତ କରିବା ଦ୍ବାରା ଚଳଚ୍ଚିତ୍ରର ଆୟ ଅଧିକ ବଢିବାର ସମ୍ଭାବନା ଦେଖାଦେଇଛି।
ସୂଚନାଯୋଗ୍ୟ, ‘ତାନାଜୀ’କୁ ୪୫୪୦ ପରଦାରେ ମୁକ୍ତିଲାଭ କରାଯାଇଛି। ଏହା ଅଜୟଙ୍କର ୧୦୦ତମ ଚଳଚ୍ଚିତ୍ର। ଏଥିରେ ତାଙ୍କ ବ୍ୟତୀତ କାଜଲ, ସୈଫ୍‍ ଅଲ୍ଲୀ ଖାନ୍‍ ଓ ଶରଦ କେଲକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଏହା ପୂର୍ବରୁ ଉକ୍ତ ଦିନ ମୁକ୍ତିଲାଭ କରିଥିବା ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ଛପାକକୁ ତିନୋଟି ରାଜ୍ୟରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଥିଲା।

Comments are closed.