ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନୀଲଙ୍କ ପରଲୋକ

୨୦୨୦ରେ ବଲିଉଡ଼ ଜଣକ ପରେ ଜଣେ ବଡ଼ବଡ଼ ବ୍ୟକ୍ତିତ୍ଵଙ୍କୁ ହରାଇ ଚାଲିଛି । ଏବେ ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଘରୁ ଏକ ଖରାପ ଖବର ଆସିଛି। ହୃଦ୍‌ଘାତରେ ଅଭିନେତାଙ୍କ ଭାଇ ଅନିଲ ଦେବଗାନଙ୍କ ଦେହାନ୍ତ ହୋଇଛି। ଅଜୟ ଏହି ଦୁଃଖଦ ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି।

ଅଜୟ ଦେବଗନ୍ ତାଙ୍କ ଭାଇ ଅନିଲ ଦେବଗନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଲେଖିଛନ୍ତି  ଗତକାଲି ରାତିରେ ମୁଁ ମୋର ଭାଇ ଅନିଲ ଦେବଗନଙ୍କୁ ହରାଇଲି | ହଠାତ୍ ତାଙ୍କର ପରଲୋକ ଆମ ପରିବାରକୁ ଭାଙ୍ଗି ଦେଇଛି । ତାଙ୍କ ଅଭାବ କେବେ ହେଲେ ପୂରଣ ହୋଇପାରିବ ନାହିଁ ଉଲ୍ଲେଖ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ନିଜ ପ୍ରଶଂସକଙ୍କୁ ଅଜୟ ଅନୁରୋଧ କରିଛନ୍ତି ।।

ଅନୀଲ ମଧ୍ୟ ଚଳଚିତ୍ର ସହ ଜଡ଼ିତ ଥିଲେ । ସେ ଅନେକ ବଲିଉଡ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଏବଂ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ |  ରାଜୁ ଚାଚା, ବ୍ଲାକ୍ ମେଲ୍ ଏବଂ ହାଲ୍-ଇ-ଦିଲ୍ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ସେ ସନ୍ ଅଫ୍ ସର୍ଦ୍ଦାର ଫିଲ୍ମରେ କ୍ରିଏଟିଭ୍ ନିର୍ଦ୍ଦେଶକ ଭାବରେ ନଜର ଆସିଥିଲେ। ସେ ଜିତ୍, ଜାନ, ପ୍ୟାର୍ ତୋ ହୋନା ହୈ, ଏବଂ ହିନ୍ଦୁସ୍ତାନ୍ କି କସମ୍ ଭଳି ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

Comments are closed.