ଅଜୟ ଭୂଷଣ ପାଣ୍ଡେ ନୂଆ ଅର୍ଥ ସଚିବ

0

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ସଚିବ ହସମୁଖ ଆଧିଆ ଚଳିତ ମାସ ୩୦ରେ ଅବସର ଗ୍ରହଣ କରୁଛନ୍ତି। ତାଙ୍କ ସ୍ଥାନରେ ୟୁଆଇଡିଏଆଇ (ୟୁନିକ ଆଇଡେଣ୍ଟିଫିସେନ୍‍ ଅଥରିଟି ଅଫ ଇଣ୍ଡିଆ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଇଲେକ୍‍ଟ୍ରୋନିକ୍ସ ଓ ଇନ୍‍ଫର୍ମେସନ୍‍ ଟେକ୍‍ନୋଲଜି ବିଭାଗ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି। ଏବିପି ପାଣ୍ଡେ ନାମରେ ପରିଚିତ ମହାରାଷ୍ଟ୍ର ପାହ୍ୟାର ଏହି ୧୯୮୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଅର୍ଥ ସଚିବ ସହିତ ପୂର୍ବ ପଦ ଅତିରିକ୍ତ ଭାବେ ସମ୍ଭାଳିବେ। ଏହାବ୍ୟତୀତ ଜିଏସ୍‍ଟି ନେଟ୍‍ୱର୍କର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତୁଲାଇବେ ବୋଲି ସରକାରୀ ବିଜ୍ଞପ୍ତିରୁ ପ୍ରକାଶ। ଆଧିଆଙ୍କ ଅବସର ଦିନ ସେ ଦାୟିତ୍ୱ ଗ୍ରହଣ କରିବେ। ଗୁଜରାଟ ପାହ୍ୟାର ୧୯୮୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଆଧିଆଙ୍କୁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ କେନ୍ଦ୍ରକୁ ଆଣି ଅର୍ଥ ବିଭାଗ ଦାୟିତ୍ୱ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଆଧିଆ ମୋଦୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply