ନିଜର ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧ ଭାରତର ଏହି ମୁଖ୍ୟ ଐତିହ୍ୟ

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ସ୍ଥିତ ଅଜନ୍ତା ଏଲୋରା ଗୁମ୍ଫା ଭାରତର ମୁଖ୍ୟ ଐତିହ୍ୟ ଅଟେ। ଏହି ଗୁମ୍ଫା ପରସ୍ପର ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଲେ ମଧ୍ୟ ନିଜର ସ୍ୱତନ୍ତ୍ରତା କାରଣରୁ ଏହି ଦୁଇଟି ଗୁମ୍ଫାର ନାମ ସର୍ବଦା ଏକତ୍ରିତ କୁହାଯାଏ।
ବୃହତ ପାହାଡ଼ ଓ ପର୍ବତକୁ କଟାଯାଇ ନିର୍ମିତ ହୋଇଥିବା ଏହି ଗୁମ୍ଫାଗୁଡ଼ିକ ବାସ୍ତୁକଳାର ଉଚ୍ଚକୋଟୀର ନମୁନା। ଅଜନ୍ତା ଏଲୋରା ଗୁମ୍ଫାର ଶିଳାଲିପି , ବାସ୍ତୁକଳା, ମୂର୍ତ୍ତି ଆଦି ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ସହ ଜଡ଼ିତ।
ଅଜନ୍ତା ପ୍ରାୟ ୩୦ଟି ଗୁମ୍ଫାର ସମୂହ, ଯାହା ଘୋଡ଼ା ନାଲର ଆକାରରେ ପାହାଡ଼ କଟା ହୋଇ ନିର୍ମିତ ହୋଇଛି। ଏହାର ସମ୍ମୁଖରେ ୱାଘୋରା ନଦୀ ପ୍ରବାହିତ ହେଉଛି। ଗୁମ୍ଫା ନିକଟରେ ଥିବା ଅଜନ୍ତା ଗାଁ ନାମରେ ଏହି ଗୁମ୍ଫାଗୁଡ଼ିକ ନାମ ଅଜନ୍ତା ହୋଇଛି।
ଅଜନ୍ତା ୩୦ଟି ଗୁମ୍ଫାର ସମୂହ ହୋଇଥିବା ବେଳେ ଏଲୋରା ଗୁମ୍ଫାରେ ୩୪ଟି ମୋନେଷ୍ଟ୍ରୀ ଓ କେତେକ ମନ୍ଦିର ଅଛି, ଯାହା ପାହାଡ଼ର ପାଦଦେଶରେ ପ୍ରାୟ ୨କିଲୋମିଟର ଅଞ୍ଚଳରେ ବିସ୍ତାପିତ ହୋଇ ରହିଛି।
ଏଲୋରାର ଗୁମ୍ଫାରେ ଥିବା ମନ୍ଦିର ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମକୁ ସମର୍ପିତ ଅଟେ। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି। ସୁନ୍ଦର କାରୁକାର୍ଯ୍ୟ ଓ ବାତାବରଣ ସଭିଁଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇ ରହେ।

Comments are closed.