ବାଂଜିଝାଲ ନିକଟରୁ ବିଶାଳକାୟ ଅଜଗର ଉଦ୍ଧାର

ପାଟଣାଗଡ : ଗୁରୁବାର ପାଟଣାଗଡ-ପଦ୍ମପୁର ରାସ୍ତାର ବାଂଜିଝାଲ ଗ୍ରାମ ନିକଟରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଜି ଉକ୍ତ ଅଜଗରକୁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ଜଣାଯାଇଛି।

ପ୍ରକାଶ ଯେ, ସହରଠାରୁ ପ୍ରାୟ ୧୦ କିମି ଦୂର ବାଂଜିଝାଲ ଗ୍ରାମର କିଛି ଗାଈ ଚରୁଆଳୀ ପିଲା ଉକ୍ତ ସାପଟି ବୁଲୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ। ଉକ୍ତ ଅଜଗରଟିର ଓଜନ ୧୦ କିଲୋଗ୍ରାମରୁ ଅଧିକ ହେବ ବୋଲି କୁହାଯାଇଛି।

Comments are closed.