ଅଜବ ପ୍ରେମିକ, ଆଉ କିଏ ଆକର୍ଷିତ ହେବା ଭୟରେ ପ୍ରେମିକାଙ୍କ ଦୁଇଟି ଆଗ ଦାନ୍ତ ଭାଙ୍ଗିଲା  

0

ଅହମ୍ମଦାବାଦ:   କାଳେ ଆଉ କିଏ ପ୍ରେମିକାଙ୍କ ପ୍ରତି ଆକର୍ଷିତ ହେବ ସେଥିପାଇଁ ତାଙ୍କର ଆଗ ଦାନ୍ତ ଭାଙ୍ଗିବା ପାଇଁ ପ୍ରେମିକ ବାଧ୍ୟ କରିଥିଲା  ।  ଗୁଜୁରାଟରେ ଏପରି ଘଟଣା ଘଟିଥିବା ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶିତ ହୋଇଛି । ପ୍ରେମିକ ଜଣଙ୍କ ଅଟୋରିକ୍ସା ଚଳାନ୍ତି । ଥରେ ସନ୍ଦେହ ହେବାରୁ ତା ପରଠାରୁ ସେ ପ୍ରେମିକାକୁ ଦିନ ସାରା ଅଟୋରିକ୍ସାରେ ତାଙ୍କ ପଛରେ ବସିବା ପାଇଁ ବାଧ୍ୟ କରିଥିଲେ । ଏହା ପୂର୍ବରୁ ତାଙ୍କର ଆଗ ଦାନ୍ତ ଦୁଇଟି ଭାଙ୍ଗି ଦେଇଥିଲେ ।

ଦିନେ ମହିଳା ଜଣକ ଅତିଷ୍ଟ ହୋଇ ଅଟୋ ରିକ୍ସାରୁ ଡେଇଁ ପଡିଥିଲେ । ଏହାପେର ପଥଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସବୁ  ଶୁଣିବା ପରେ ଏକ ମାମଲା ରୁଜୁ କରିଛି ।

ପ୍ରକାଶ ଯୋଗ୍ୟ ଯେ ଏହି  ମହିଳାଙ୍କ ବୟସ ୫୦ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ୫୫ ବର୍ଷ । ଗତ ୧୫ ବର୍ଷ ଧରି ଦୁଇଜଣ ଏକାଠି ରହୁଥିଲେ ।  ମାତ୍ର ଦିନକୁ ଦିନ ପୁରୁଷ ଜଣଙ୍କର ଅତ୍ୟାଚାର ଅଧିକ ହେଉଥିବା ଓ ସେ ଅତିଷ୍ଠ ହୋଇ ଅଟୋ ରିକ୍ସାରୁ ଡେଇଁ ପଡିଥିବା ମହିଳା ଜଣଙ୍କ କହିଛନ୍ତି । ମାତ୍ର ଏହାପରେ ବି ସେ  ପୁଲିସକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନ କରିବା ପାଇଁ ଅନୁରୋଧ କରିଥିଲେ । ପୁରୁଷ ଜଣଙ୍କ ମହିଳାଙ୍କୁ ଆଉ ହଇରାଣ କରିବେ ନାହିଁ କି ତାଙ୍କର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ପୁଲିସ କୌଣସି ମାମଲା ରୁଜୁ ନ କରି ଦୁଇ ଜଣଙ୍କୁ ଛାଡି ଦେଇଛି ।

Leave A Reply