ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ; ଡ଼ାକ୍ତରଖାନାରୁ ଘରକୁ ଫେରିଲେ

ବଲିଉଡ଼୍ ଶାହେନଶାହା ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ବର୍ଯା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ତାଙ୍କୁ ଡ଼ାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଛି । ଐଶ୍ବର୍ଯ୍ୟାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ବିଟରରେ ଏହି ସୂଚନା ଦେଇଛନ୍ତି ।
Thank you all for your continued prayers and good wishes. Indebted forever. 🙏🏽
Aishwarya and Aaradhya have thankfully tested negative and have been discharged from the hospital. They will now be at home. My father and I remain in hospital under the care of the medical staff.— Abhishek Bachchan (@juniorbachchan) July 27, 2020
ଅଭିଷେକ ଏହାମଧ୍ୟ କହିଛନ୍ତି ଯେ ତାଙ୍କର ପିତା ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ନାନାବତୀ ଡାକ୍ତରଖାନାରେ ମେଡିକାଲ କର୍ମଚାରୀଙ୍କ ଅଧୀନରେ ଅଛନ୍ତି।
My father and I remain in hospital till the doctors decide otherwise. Everyone please remain cautious and safe. Please follow all rules!
— Abhishek Bachchan (@juniorbachchan) July 12, 2020
“ମୁଁ ଏବଂ ମୋ ବାପା ମେଡିକାଲ କର୍ମଚାରୀଙ୍କ ଯତ୍ନରେ ଡାକ୍ତରଖାନାରେ ରହିଛୁ। ଆପଣମାନଙ୍କ ନିରନ୍ତର ପ୍ରାର୍ଥନା ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ ସବୁଦିନ ପାଇଁ ଆମକୁ ଋଣଗ୍ରସ୍ତ କରି ଦେଇଛି ବୋଲି ଅଭିଷେକ କହିଛନ୍ତି । ସୂଚନାଯୋଗ୍ୟ ଯେ ଅମିତାଭ, ଅଭିଷେକ, ଐଶ୍ବର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍ ହେବା ପରେ ପର୍ଯ୍ୟାୟକ୍ରମେ ନାନାବତୀ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ । ଐଶ୍ବର୍ଯ୍ୟା ଓ ଆରାଧ୍ୟା ଡ଼ାକ୍ତରଖାନାରୁ ମୁକ୍ତ ହୋଇଥିବାବେଳେ ଅଭିଷେକ ଓ ଅମିତାଭ ଏବେ ବି ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।