ଏୟାରୱେଜର ସ୍ୱାଧୀନତା ଦିବସ ଅଫର

0

ନୂଆଦିଲ୍ଲୀ : ଅର୍ନ୍ତଜାତୀୟ ବିମାନ କମ୍ପାନୀ ଏୟାରୱେଜ ସ୍ୱାଧୀନତା ଦିବସ ଉପଲକ୍ଷେ ନିଜ ଗ୍ରାହକଙ୍କୁ ୯ ଦିନିଆ ଅଫର ଦେଇଛି। ଏହି ଅଫରରେ ବିମାନ ଟିକେଟ୍‍ର ବଡ଼ ଧରଣର ରିଆତି ଦିଆଯାଉଛି। କମ୍ପାନୀର ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଏହି ରିଆତି ଇକୋନୋମି (ବ୍ୟବସାୟିକ) ଓ ପ୍ରିମିୟମ ଦୁଇ ବର୍ଗ ପାଇଁ ଉପଲବ୍ଧ ରହିଛି। ଯାତ୍ରୀ ଏହି ରିଆତିର ସୁବିଧା ଅଗଷ୍ଟ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ନେଇପାରିବେ। ଏହି ରିଆତି ଏକ ପାଖିଆ ଯାତ୍ରା (ୱାନ ୱେ) ଓ ପର୍ତ୍ୟାବର୍ତ୍ତନ (ରାଉଣ୍ଡ ଟ୍ରିପ) ପାଇଁ ଉପଲବ୍ଧ ରହିବ। ପତ୍ୟାବର୍ତ୍ତନ କରୁଥିବା ଯାତ୍ରୀମାନେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଫରର ସୁବିଧା ନେଇପାରିବେ।
ଏହାବ୍ୟତୀତ ଏୟାରୱେଜ ୟୁରୋପ ଯାଉଥିବା ଯାତ୍ରୀଙ୍କ ପାଇଁ (ୟୁରୋପ ଆନେ ସେଲ)ରେ ୩୦% ରିଆତି ଦେଇଛି। ଗ୍ରାହକ ୧୭ ଅଗଷ୍ଟ ମଧ୍ୟରେ ଏହି ଅଫରର ଲାଭ ନେଇପାରିବେ।

Leave A Reply