ଏୟାରଟେଲ୍‍ ପକ୍ଷରୁ ଏୟାରଟେଲ୍‍ ଏକ୍ସଟ୍ରିମ୍‍ ବଣ୍ଡଲ୍‍ର ଶୁଭାରମ୍ଭ

୧ ଜିବିପିଏସ୍‍ ସ୍ପିଡ୍‍ ସହିତ ଏୟାରଟେଲ୍‍ ଏକ୍ସଟ୍ରିମ୍‍ ଫାଇବର୍‍

ଭୁବନେଶ୍ୱର: ଏୟାରଟେଲ୍‍ ପକ୍ଷରୁ ଆଜି ଏୟାରଟେଲ୍‍ ଏକ୍ସଟ୍ରିମ୍‍ ବଣ୍ଡଲ୍‍ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୧ ଜିବିପିଏସ୍‍ ପର୍ଯ୍ୟନ୍ତର ସ୍ପିଡ୍‍ର ଏୟାରଟେଲ୍‍ ଏକ୍ସଟ୍ରିମ୍‍ ଫାଇବର୍‍ର ଶକ୍ତି ସହ ଅସୀମିତ ଡାଟା, ଏୟାରଟେଲ୍‍ ଏକ୍ସଟ୍ରିମ୍‍ ଆଣ୍ଡ୍ରଏଡ୍‍ ୪କେ ଟିଭି ବକ୍ସ ଏବଂ ସମସ୍ତ ଓଟିଟି କନ୍‍ଟେଂଟ୍‍ ହାସଲ କରିବାର ସୁବିଧା ରହିଛି। ଏହା ଜରିଆରେ କଂପାନି ମନୋରଂଜନରେ ବଡ଼ ଧରଣର ପରିବର୍ତନ ଆଣିିଛି।

ସମସ୍ତ ଏୟାରଟେଲ୍‍ ଏକ୍ସଟ୍ରିମ୍‍ ଫାଇବର୍‍ ପ୍ଲାନ୍‍ରେ ଏବେ ସାମିଲ ହୋଇଛି ୩୯୯୯ ଟଙ୍କା ମୂଲ୍ୟର ଏୟାରଟେଲ୍‍ ଏକ୍ସଟ୍ରିମ୍‍ ବକ୍ସ ଏହା ଯେକୌଣସି ସାଧାରଣ ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିବ। ଏଥିରେ ଗ୍ରାହକମାନେ ସମସ୍ତ ଲାଇଭ୍‍ ଟିଭି ଚ୍ୟାନେଲ୍‍ ସହ ଭିଡିଓ ଷ୍ଟ୍ରିମିଂ ଆପ୍‍ଗୁଡ଼ିକୁ ପାଇପାରିବେ। ତେଣୁ ଘରେ ଆଉ ଏକାଧିକ ଉପକରଣ ରଖିବାକୁ ପଡ଼ିବ। ଏହି ସ୍ମାର୍ଟ ବକ୍ସରେ ଆଣ୍ଡ୍ରଏଡ୍‍ ୯.୦ର ଶକ୍ତି ରହିଛି। ଗୁଗୁଲ୍‍ ଭଏସ୍‍ ଆସିଷ୍ଟାଂଟ୍‍ ଓ ଅନଲାଇନ୍‍ ଗେମିଂ ସୁବିଧା ମଧ୍ୟ ରହିଛି। ଏୟାରଟେଲ୍‍ ଏକ୍ସଟ୍ରିମ୍‍ ଆଣ୍ଡ୍ରଏଡ୍‍ ୪କେ ଟିଭି ବକ୍ସ ୫୦୦ ଟିଭି ଚ୍ୟାନେଲ୍‍ ଓ ଓଟିଟି କନ୍‍ଟେଂଟ୍‍ ପ୍ରଦାନ କରୁଛି ଯେଉଁଥିରେ ରହିଛି ୧୦,୦୦୦ରୁ ଅଧିକ ସିନେମା ଓ ସୋ’। ଗୋଟିଏ ବକ୍ସରେ ଗ୍ରାହକମାନେ ୭ ଓଟିଟି ଆପ୍‍ ଓ ୫ ଷ୍ଟୁଡିଓ ପାଇପାରିବେ। ଗ୍ରାହକମାନେ ବିନା ମୂଲ୍ୟରେ ଡିଜନି+ ହଟ୍‍ଷ୍ଟାର୍‍, ଆମାଜନ୍‍ ପ୍ରାଇମ୍‍ ଭିଡିଓ, ଜି୫କୁ ଦେଖିପାରିବେ। ଅସୀମିତ ଡାଟା ସୁବିଧା ରହିଥିବାରୁ ଗ୍ରାହକମାନେ ଦୀର୍ଘ ସମୟରେ ମନୋରଂଜନ ସେବା ହାସଲ କରିପାରିବେ।

ଦେଶର ଘରେ ଘରେ ବ୍ରଡ୍‍ବ୍ୟାଣ୍ଡ୍‍ ପହଂଚାଇବା ଲକ୍ଷ୍ୟ ନେଇ ଏୟାରଟେଲ୍‍ ପକ୍ଷରୁ ଏକ୍ସଟ୍ରିମ୍‍ ଫାଇବର୍‍ ପ୍ଲାନ୍‍ର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇଛି। କଂପାନି ୪୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ଏବଂ ୩୯୯୯ ଟଙ୍କାର ପ୍ଲାନ୍‍ ଜାରି କରିଛି।
ଏ ସମ୍ପର୍କରେ ସୁନୀଲ ତାଲଦାର, ନିର୍ଦେଶକ-ହୋମସ୍‍, ଭାରତୀ ଏୟାରଟେଲ୍‍ କହିଛନ୍ତି ଯେ, “ଶିକ୍ଷା, କାମ କିମ୍ବା ମନୋରଂଜନ ପାଇଁ ହେଉ ନା କାହିଁକି ଲୋକମାନେ ଏବେ ଅନଲାଇନ୍‍ରେ ଅଧିକ ସମୟ ବିତାଉଛନ୍ତି। ମନୋରଂଜନ ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆମେ ଅନେକ ସୁଯୋଗ ଦେଖିପାରୁଛୁ। ଏୟାରଟେଲ୍‍ ଏକ୍ସଟ୍ରିମ୍‍ ହେଉଛି ଭାରତର ପ୍ରିମିୟର ମନୋରଂଜନ ପ୍ଲାଟଫର୍ମ ଯାହା ଶ୍ରେଷ୍ଠ ମନୋରଂଜନ ସହିତ ଅସୀମିତ ହାଇସ୍ପିଡ୍‍ ବ୍ରଡ୍‍ବ୍ୟାଣ୍ଡ୍‍ ସଂଯୋଗ ଭଳି ଏକକ ସମାଧାନ ପ୍ରଦାନ କରୁଛି। ଏହାର ଗ୍ରହଣୀୟତାକୁ ବଢ଼ାଇବା ଲାଗି ଆମେ ଆଜି ଆମ ପ୍ଲାନ୍‍ଗୁଡ଼ିକୁ ଗ୍ରାହକଙ୍କ ପାଇଁ ଆହୁରି ସୁଲଭ କରିଛୁ।’’ ଏୟାରଟେଲ୍‍ ଏକ୍ସଟ୍ରିମ୍‍ ବଣ୍ଡଲ୍‍ ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୭ରୁ ଉପଲବ୍ଧ ହେବ। ଏୟାରଟେଲ୍‍ ହେଊଛି ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ବ୍ରଡ୍‍ବ୍ୟାଣ୍ଡ୍‍ ସଂସ୍ଥା ଯାହା ପାଖରେ ୨.୫ ନିୟୁତ ଗ୍ରାହକ ରହିଛନ୍ତି।

Comments are closed.