ଏୟାରଟେଲ ଓ ଜିଓ ଆଣିଲେ ଦମଦାର ପ୍ଲାନ..

ନୂଆଦିଲ୍ଲୀ : ଟେଲିକମ୍ ବଜାରରେ ଉପଭୋକ୍ତାମାନଙ୍କ ପାଇଁ  ଜିଓ ଏବଂ ଏୟାରଟେଲର ବଡ଼ ରିଚାର୍ଜ ପ୍ଲାନ ଆଣିଛନ୍ତି। ଯେଉଁଥିରେ ଉପଭୋକ୍ତାମାନେ  ୨ ରୁ ୩ ଜିବି ଡାଟା ପାଇବେ । ଏହା ବ୍ୟତୀତଏହି ଯୋଜନାଗୁଡିକରେ ପ୍ରିମିୟମ୍ ଆପର ମାଗଣା ସବସ୍କ୍ରିପସନ୍ ମଧ୍ୟ ଦିଆଯିବ।

ଏୟାରଟେଲ ୩୯୮ ଟଙ୍କା ପାଇଁ  ପ୍ଲାନ :
– ଯଦି ଆପଣ ଜଣେ ଏୟାରଟେଲ ଗ୍ରାହକ, ୩୯୮ ଟଙ୍କା ପ୍ଲାନରେ ଯୋଜନାରେ ଆପଣ ପ୍ରତିଦିନ ୩ଜିବି ଡାଟା ସହିତ ୧୦୦ ଏସଏମଏସ ପାଇବେ। ଏହା ସହିତ, ଆପଣ ଯେକୌଣସି ନେଟୱାର୍କରେ ଅସୀମିତ କଲିଂର ସୁବିଧା ମିଳିବ । ଏହା ବ୍ୟତୀତ କମ୍ପାନୀ ଆପଣଙ୍କୁ ଏୟାରଟେଲ ଏକ୍ସଟ୍ରିମ, ୱିଙ୍କ ମ୍ୟୁଜିକ୍ ଏବଂ ଆମାଜନ ପ୍ରାଇମ ପରି ପ୍ରିମିୟମ ଆପ୍ସକୁ ସବସ୍କ୍ରିପସନ୍ ମିଳିବ । ଏହି ପ୍ୟାକର ସମୟ ସୀମା ୨୮ ଦିନ ଅଟେ।

୩୪୯ ଟଙ୍କା ପାଇଁ ଏୟାରଟେଲ ପ୍ଲାନ :
ଏହି ଯୋଜନାରେ ଉପଭୋକ୍ତାମାନେ ୨ଜିବି ଡାଟା ସହିତ ପ୍ରତିଦିନ ୧୦୦ଟି ଏସଏମଏସ ପାଇବେ। ଆହୁରି ମଧ୍ୟ, ଉପଭୋକ୍ତାମାନଙ୍କୁ ସମସ୍ତ ନେଟୱାର୍କରେ ଅସୀମିତ କଲିଂର ସୁବିଧା ମିଳିବ। ଏହା ବ୍ୟତୀତ କମ୍ପାନୀ ଆମାଜନ ପ୍ରାଇମ, ଜି ୫, ଏୟାରଟେଲ ଏକ୍ସଟ୍ରିମ ଏବଂ ୱିଙ୍କ ମ୍ୟୁଜିକ୍ ଆପ୍ ବ୍ୟବହାରକାରୀଙ୍କୁ ସବସ୍କ୍ରିପସନ୍ ପ୍ରଦାନ କରିବ। ଏହି ସମୟରେ, ଏହି ପ୍ୟାକର ବୈଧତା ୨୮ ଦିନ ଅଟେ ।

୩୪୯ ଟଙ୍କା ପାଇଁ ଜିଓର ପ୍ଲାନ :
ଯଦି ଆପଣ ଜିଓର ଜଣେ ଗ୍ରାହକ । ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ । ଏହି ପ୍ଲାନରେ ଆପଣ ୩ଜିବି ଡାଟା ସହିତ ପ୍ରତିଦିନ ୧୦୦ ଏସଏମଏସ ପାଇବେ । ୧୦୦୦ ମନିଟର ଅନ୍ୟ ନେଟଓ୍ବାର୍କକୁ କଲ କରିବା ପାଇଁ ମିଳିବ। ଏହା ବ୍ୟତୀତ, ଆପଣ ପ୍ରିମିୟମ୍ ଆପ୍ ମଧ୍ୟ ବ୍ୟବହାର କରିବାକୁ ସକ୍ଷମ ହେବେ । ଏହି ପ୍ୟାକର ସମୟ ସୀମା ୨୮ ଦିନ ଅଟେ।
ଜିଓର ୨୪୯ ଟଙ୍କା ପ୍ଲାନ :
ଏହି ପ୍ଲାନରେ ୨ଜିବି ଡାଟା ସହିତ ଉପଭୋକ୍ତାମାନେ ପ୍ରତିଦିନ ୧୦୦ଟି ଏସଏମସର ସୁବିଧା ପାଇବେ। ଏହା ସହିତ, ଉପଭୋକ୍ତାମାନଙ୍କୁ ଅନ୍ୟ ନେଟଓ୍ବାର୍କକୁ କଲ କରିବା ପାଇଁ କମ୍ପାନୀ ପକ୍ଷରୁ ୧୦୦୦ ମନିଟ ଦିଆଯାଇଛି । ଏହା ବ୍ୟତୀତ ଉପଭୋକ୍ତାମାନେ ମଧ୍ୟ ପ୍ରିମିୟମ୍ ଆପ୍ ମାଗଣାରେ ବ୍ୟବହାର କରିପାରିବେ।  ଏହି ପ୍ୟାକର ବୈଧତା ୨୮ ଦିନ ଅଟେ ।

Comments are closed.