ବିମାନ ଉଡ଼ାଣ କଟକଣା ୧୪ ଏପ୍ରିଲ ଯାଏ ବଢ଼ିଲା

ନୂଆଦିଲ୍ଲୀ : କୋଭିଡ୍‌-୧୯ ବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଯାତ୍ରୀବାହୀ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗୁ କରାଯାଇଥିବା କଟକଣାକୁ ଏପ୍ରିଲ ୧୪ ଯାଏ ବୃଦ୍ଧି କରିଛନ୍ତି। ସରକାରଙ୍କ ପକ୍ଷରୁ ଘୋଷିତ ତାଲା ବନ୍ଦ ଅବଧି ଏପ୍ରିଲ ୧୪ରେ ସରୁଛି।
ଆସନ୍ତାମାସ ଏପ୍ରିଲ ୧୪ ମଧ୍ୟରାତ୍ରଠାରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି। ପୂର୍ବରୁ ଘୋଷିତ ସୂଚନାନୁଯାୟୀ, ଘରୋଇ, ଅନ୍ତର୍ଜାତୀୟ ସିଡ୍ୟୁଲ ଯାତ୍ରୀବାହୀ ବିମାନ, ଚାର୍ଟାଡ ବିମାନ ଏବଂ ଘରୋଇ ବିମାନ ଉଡାଣ ଏପ୍ରିଲ ୧୪ ମଧ୍ୟରାତ୍ର ଯାଏ ବନ୍ଦ ରହିବ। ସମସ୍ତ ମାଲ ପରିବହନକାରୀ ବିମାନ, ସ୍ବାସ୍ଥ୍ୟଗତ କାରଣ,ସ୍ବତନ୍ତ୍ର ଡିଜିସିଏ ଅନୁମୋଦିତ ବିମାନ ଉଡାଣକୁ ବେସାମରିକ ରୁଟ୍‌ରେ ଅନୁମତି ଦିଆଯିବ। ଏସବୁବାଦ୍‌ ଆଗକୁ ବିମାନ ଉଡାଣ କଟକଣା ଏପ୍ରିଲ ୧୫ ପରେ ବଢ଼ିବ କି ​ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଜଣେ ଅଧିକାରୀ କହିଛନ୍ତି ଯେ,ଆମେ କ୍ରମାଗତ ଭାବେ ପରିସ୍ଥିତି ଊପରେ କଡା ନଜର ରଖିଛୁ। ସଠିକ ସମୟରେ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।

Comments are closed.