ପୁଣି ବଢିଲା ଚିଦାମ୍ବରମ ଓ କାର୍ତ୍ତିଙ୍କ ଜାମିନ ସମୟସୀମା

0

ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ଜାମିନ ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି ଦିଲ୍ଲୀର ଏକ ଅଦାଲତ। ନଭେମ୍ବର ୧ରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଏ ବାବଦରେ ପଟିଆଲା ହାଉସ କୋର୍ଟରେ ଉଭଙ୍କ ଜାମିନର ଶୁଣାଣି କରାଯାଇ ଥିଲା। ସିବିଆଇ ଓ ଇଡି ଦ୍ୱାରା ଚାଲିଥିôôବା ମିଳିତ ତଦନ୍ତ ପ୍ରକ୍ରିୟାରେ ଗିରଫ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଉଭୟେ ଅଗ୍ରୀମ ଜାମିନ ଆବେଦନ କରିଥିଲେ। ୨-ଜି ସ୍ପେକ୍ର୍ଟମ ଆବଣ୍ଟନରେ ଅନିୟମିତା ମାମଲାରେ ଉଭୟଙ୍କୁ ଗିରଫ କରିବାକୁ ଇଡି ପକ୍ଷରୁ ଆବେଦନ କରାଯାଇ ଥିଲା। କୋର୍ଟ ଉଭୟ ପକ୍ଷର ଶୁଣାଣି କରି ଅଗ୍ରୀମ ଜାମିନର ସମୟସୀମାକୁ ନଭେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି।

Leave A Reply