ଚିଦମ୍ବରମ୍‍ ଓ କାର୍ତ୍ତି ଚିଦାମ୍ବରମ୍‍ଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥା ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଏୟାରସେଲ୍‍ ମାକ୍ସିସ୍‍ ଦୁର୍ନୀତିରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଦ୍ୱାରା କଂଗ୍ରେସ ନେତା ପି. ଚିଦମ୍ବରମ୍‍ ଓ ତାଙ୍କ ପୁଅ କାର୍ତ୍ତି
ଚିଦମ୍ବରମ୍‍ଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ ଦିଲ୍ଲୀର ଏକ ଅଦାଲତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାକୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଆଗୁଆ ଜାମିନ୍‍ ଉପରେ ଜବାବ ଦେବାପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିନି ସପ୍ତାହ ସମୟ ମାଗିବାରୁ ସ୍ୱତନ୍ତ୍ର ବିଚାରପତି ଓ.ପି. ସାଇନୀ ଏହି ସମୟ ବୃଦ୍ଧି କରିଛନ୍ତି।

ଇଡି ପକ୍ଷରୁ କୁହାଯାଇଛି ଯେ, ସ୍ୱତନ୍ତ୍ର ନିର୍ଦ୍ଦେଶକ ସିଙ୍ଗାପୁର ଯାଇଥିବାରୁ ଏ ସଂକ୍ରାନ୍ତୀୟ ଆଉ କିଛି ତଥ୍ୟ ମିଳିବା ଆଶା କରାଯାଉଛି। ଏହା ପରେ ଶ୍ରୀ ଚିଦାମ୍ବରମ୍‍ଙ୍କ ଓକିଲ ପୂର୍ବରୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାଲାଗି କୋର୍ଟରେ ଅନୁରୋଧ କରିଥିଲେ।

Comments are closed.