ଅନ୍ଧାର ଓ ଆତଙ୍କରେ ବିନିଦ୍ର କରାଚୀ : କ୍ଷଣକରେ ବ୍ୟାପିଗଲା ଭାରତ ବିମାନ ଆକ୍ରମଣ ଭୟ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ଭୟ ଏତେ ମାତ୍ରାରେ ଘାରିଛି ଯେ ପାକ୍ ସେନାକୁ ରାତିରେ ଭଲ ନିଦ ହେଉନାହିଁ । ମଙ୍ଗଳବାର ବିଳମ୍ବିତ ରାତିରେ ଅକସ୍ମାତ କରାଚୀରେ ବିଜୁଳିକାଟ ପରେ ପାକିସ୍ତାନରେ ଭାରତୀୟ ବାୟୁ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ଗୁଜବ କ୍ଷଣକରେ ବ୍ୟାପି ଯାଇଥିଲା । ଆଉ ଏହାର ପ୍ରମୁଖ ମାଧ୍ୟମ ଥିଳା ସୋସିଆଲ ମିଡ଼ିଆ । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ପାକ ସୀମାନ୍ତରେ ବୋମା ବର୍ଷିବାକୁ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଛି ଓ ସେଥିପାଇଁ କରାଚୀ ସହରରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି ବୋଲି ଗୁଜବ ପ୍ରଚାରିତ ହୋଇ ଯାଇଥିଲା ।

ପାକିସ୍ତାନର ଏନବିସିର ପୂର୍ବତନ ରିପୋର୍ଟର ଓ୍ବାଜା ଖାନ୍ ଟ୍ବିଟରରେ  ପିଓକେ ଓ ସିନ୍ଧ୍-ରାଜସ୍ଥାନ ସେକ୍ଟରରେ ଭାରତୀୟ ବାୟୁ;ସେନା ଅନୁପ୍ରବେଶ କରିବା ନେଇ ଗୁଜବ ଖବର ବ୍ୟାପିଛି। ଆପଣ ଏହି ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ବୟାନ ଜାରି କରନ୍ତୁ। ଏହାଛଡା ଅନୁରୋଧ କରାଯାଉଛି ସମସ୍ତେ ଶାନ୍ତ ରୁହନ୍ତୁ ଓ ଏହି ସପ୍ତାହର ମଜା ନିଅନ୍ତୁ।

ଜଣେ ବ୍ୟକ୍ତି ଟ୍ବିଟରେ ଭାରତୀୟ ବାୟୁ ସେନାର ଲଢ଼ୁଆ ବିମାନ ଆକ୍ରମଣ ପ୍ରସ୍ତୁତି ଆରମ୍ଭ କରିଥିବା ଉଲ୍ଲେଖ କରିଥିଲେ । କରାଚୀର କିଛି ୟୁଜର ସବୁଠାରୁ ଦାବି କରିଥିଲେ ଯେ, ସେମାନେ ଭାରତୀୟ ଫାଇଟର ଜେଟ୍ ଦେଖିଛନ୍ତି। ସେହିପରି ଆଉଜଣେ  ଜଣେ ୟୁଜର  ଭାରତୀୟ ଜେଟ୍ ଫାଇଟରଙ୍କୁ ଉଡାଣ ଭରିଥିବାର ଦେଖିଥିବା ଉଲ୍ଲେଖ କରିଥିଲେ। ଫଳରେ  ପାକିସ୍ତାନର ଲୋକମାନେ ଭୟଭୀତ ହୋଇଥିଲେ । ମାତ୍ର ଭାରତୀୟ ବାୟୁସେନା ପକ୍ଷରୁ ଏପରି କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିବା ସ୍ପଷ୍ଟ କରିବା ପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ ।

Comments are closed.