୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ

ଭୁବନେଶ୍ଵର: କଲକାତାରୁ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ପରେ ଆସନ୍ତା ୩୧ ତାରିଖରୁ ଭୁବନେଶ୍ଵରରୁ ଉତ୍ତର ପ୍ରଦେଶର ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ଆସନ ବିଶିଷ୍ଟ ବିମାନ ନିୟମିତ ଏହି ରୁଟ୍‌ରେ ଉଡ଼ାଣ କରିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନ ଦିନ ୧୨ଟା ୧୫ରେ ଭୁବନେଶ୍ଵର ଛାଡ଼ି ଅପରାହ୍ନ ୨ଟା ୫ରେ ବାରାଣସୀରେ ପହଞ୍ଚିବ। ଏହା ପରେ ସେଠାରୁ ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵରରେ ଅବତରଣ କରିବ।

ସୂଚନାଯୋଗ୍ୟ, ଏଲାଏନ୍ସ ଏୟାର ପକ୍ଷରୁ ‘ଉଡ଼ାନ’ ଯୋଜନାରେ ସୋମବାରଠାରୁ କଲାକାତାରୁ ଝାରସୁଗୁଡ଼ାକୁ ବିମାନ ଚଳାଚଳ କରାଯାଇଛି। ପ୍ରଥମ ଦିନରେ ୧୬ ଯାତ୍ରୀ କଲକାତାରୁ ଝାରସୁଗୁଡ଼ା ଆସିଥିବାବେଳେ ଝାରସୁଗୁଡ଼ାରୁ ୨୫ ଯାତ୍ରୀ କଲକାତା ଯାଇଥିଲେ।

Comments are closed.