ଆରମ୍ଭ ହେଲା ଝାରସୁଗୁଡା-କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା

 

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ସୋମବାରଠାରୁ ବିମାନସେବା ଆରମ୍ଭ ହୋଇଛି । କଲକାତା ବିମାନବନ୍ଦରରୁ ଦିନ ୧୧ଟା ୪୫ ମିନିଟରେ ଛାଡିଥିବା​‌  ଆଲିଆନ୍ସ ଏୟାରର ଏକ  ବିମାନ ଅପରାହ୍ନ ୧ଟା ୪୫ ମିନିଟରେ  ୧୬ଜଣ ଯାତ୍ରୀଙ୍କ ସହ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଥିଲା ।  କେନ୍ଦ୍ର ସରକାରଙ୍କ ଉଡାନ-୩ ଯୋଜନାରେ ଝାରସୁଗୁଡାରୁ ନିୟମିତ ବିମାନ ଚଳାଚଳ କରିବ । ଦିନ ୧ଟା ୪୫ରେ ପୁଣି ଝାରସୁଗୁଡାରୁ କୋଲକାତାକୁ ବିମାନ ଯାତ୍ରା କରିବ ଓ ସେଠାରେ ଅପରାହ୍ନ ୩ଟା ୧୫ ମିନିଟରେ ପହଞ୍ଚିବ। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୧ରେ କୋଲକାତା ଏବଂ ବେଙ୍ଗାଲୁରକୁ ବିମାନ ଉଡାନ ପାଇଁ ନିଷ୍ପତ୍ତି ହୋଇଥିଲା।

 

Comments are closed.