ଆସନ୍ତା ୨ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ବର : ଆସନ୍ତା ମାସ ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହା ସପ୍ତାହରେ ୩ ଥର ଉଡ଼ାଣ କରିବ । ଇଣ୍ଡିଗୋ ପକ୍ଷରୁ ଏହି ବିମାନସେବା ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସେପ୍ଟେମ୍ବର ୧୭ ତାରିଖରେ ଏ ସମ୍ପର୍କରେ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କୁ ପତ୍ର ଲେଖିଥିଲେ । ଫଳରେ ମନ୍ଦିରମାଳିନ ସହର ଭୁବନେଶ୍ୱର ଓ ଗୋଲାପୀ ସହର ଜୟପୁର ମଧ୍ୟରେ ଯାତ୍ରୀଙ୍କୁ ବିମାନସେବା ମିଳିପାରିବ । ଏହା ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ୍‍ କରିବାରେ ସହାୟକ ହେବ ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି ।

Comments are closed.