ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତ୍ୟେକ ଭାରତୀୟଙ୍କର କମୁଛି ଦେଢ ବର୍ଷ ଆୟୁ

0

ନୂଆଦିଲ୍ଲୀ.- ବାୟୁ ପ୍ରଦୂଷଣ ଯୋଗୁଁ  ଭାରତୀୟମାନଙ୍କର ଆୟୁଷ  ହାରାହାରି ଦେଢ ବର୍ଷ କମି ଯାଉଛି । ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏ ନେଇ ଏକ ଗବେଷଣା କରିଥିଲେ । ବାୟୁମଣ୍ଡଳରେ ବିଭିନ୍ନ ରସାୟନିକ ଦ୍ରବ୍ୟ ଓ ଧୂଳିକଣାର ପରିମାଣ ବୃଦ୍ଧି ପାଉଛି । ଏହିକାରଣରୁ ବିଭିନ୍ନ ପ୍ରକାରର ବାୟୁ ଜନିତ ରୋଗର ମାତ୍ର ବି ବଢୁଛି ।

ଭାରତରେ ବାୟୁର ଶୁଦ୍ଧତା ହ୍ରାସ ପାଉଥିବାରୁ ଲୋକମାନଙ୍କର ହାରାହାରି ଆୟୁ ବି କମୁଥିବା ଏହି ଗବେଷଣାରୁ ଜଣା ପଡିଛି । ବାୟୁ ପ୍ରଦୁଷଣ ଯୋଗୁଁ ବଙ୍ଗଳାଦେଶରେ ଆୟୁ ୧.୮୭ ବର୍ଷ, ଇଜିପ୍ଟରେ ୧.୮୫ ବର୍ଷ, ପାକିସ୍ତାନରେ ୧.୫୬ ବର୍ଷ ଓ ସାଉଦି ଆରବରେ ୧.୪୮  କମୁଛି ।

Leave A Reply