ବାୟୁ ପ୍ରଦୂଷଣ : ବଢ଼ାଉଛି ସ୍ବାସ୍ଥ୍ୟ ଚିନ୍ତା

ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଭଳି ସ୍ଥଳେ ବାୟୁ ପ୍ରଦୂଷଣ ମାତ୍ରା ମଧ୍ୟ ବଢ଼ୁଛି। ପରିବେଶବିତ୍‌ଙ୍କ ମତ​ରେ ରାଜ୍ୟର ଅନୁଗୋଳ, ତାଳଚେର, ଭୁବନେଶ୍ବର ଏବଂ ଝାରସୁଗୁଡା ଆଦି ସହର ଅଧିକ ପ୍ରଦୂଷିତ। ଲକ୍‌ ଡାଉନ୍‌ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୧୦୦ ଉପରେ ରହିଥିବାବେଳେ ଲକ୍‌ ଡାଉନ୍‌ ସମୟରେ ଏହି ମାତ୍ରା ପ୍ରାୟ ୮୦-୯୦କୁ ଖସି ଆସି ବର୍ତ୍ତମାନ ୬୦-୭୦ ସ୍ତରରେ ରହିଛି। ବର୍ତ୍ତମାନ କରୋନା ସଂକ୍ରମଣ ଢେର ବୃଦ୍ଧି ଘଟୁଥିବାବେଳେ ଫୁସଫୁସ୍‌ ଜନିତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଏହି ପ୍ରଦୂଷିତ ବାୟୁ ଏବେ ବିପଦ ସାଜିଛି। କାରଣ ଫୁସଫୁସ୍‌ ରୋଗୀ କରୋନା ସଂକ୍ରମିତ ହେଲେ ସେମାନଙ୍କଠାରେ ଏହାର ଲକ୍ଷଣଗୁଡିକ ଶୀଘ୍ର ଶୀଘ୍ର ପ୍ରକାଶ ପାଇଥାଏ। ଆହୁରି ମଧ୍ୟ ଏହା ସେମାନଙ୍କୁ ଅଧିକ ବିପଦରେ ପକାଇଥାଏ ​ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାଯାଇଛି। ତେବେ ପ୍ରଦୂଷିତ ବାୟୁ ବିଭିନ୍ନ ରୋଗର ବାହକ ସାଜିଛି।

Comments are closed.