ଧାକୁଲେଈ ପୀଠରେ ଆକାଶବାଣୀ ଶ୍ରୋତା ସମ୍ମିଳନୀ

ଫୁଲନଖରା: ଆକାଶବାଣୀ କଟକ ଓ ବିବିଧଭାରତୀ ସହ ଜଡ଼ିତ ପୁରୁଣା ଓ ନୂଆ ଶ୍ରୋତାମାନଙ୍କର ଏକ ବନ୍ଧୁମିଳନ ତଥା ଶ୍ରୋତା ସମ୍ମିଳନୀ ପ୍ରତାପନଗରୀସ୍ଥିତ ମା’ ଧାକୁଲେଈ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଞ୍ଜନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆକାଶବାଣୀର ଅବସରପ୍ରାପ୍ତ ଉଦ୍‍ଘୋଷକ ସୁବାସ ନାୟକ, ଅନିତ୍ୟ ମହାନ୍ତି, ନାଟ୍ୟକାର ଅଭୟ ଦାସ, ସତୀଶ ଚନ୍ଦ୍ର ରାୟ, ଅରୁଣ କୁମାର ରଥ ପ୍ରମୁଖ ଅତିଥିଭାବେ ଯୋଗଦେଇ ରେଡ଼ିଓ ସଂସ୍କୃତିକୁ ଉଜ୍ଜିବୀତ କରିବା ଦିଗରେ ଏ ଧରଣର କାର୍ଯ୍ୟକ୍ରମ ନିଶ୍ଚୟ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଗୀତିକାର ଅରୁଣ ମନ୍ତ୍ରୀ, ଉପସ୍ଥାପକ ସୁରଜ ଦାସ, କବି ଜୟଶ୍ରୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ବିଶ୍ୱାଳ, ଯୁବ ନାଟ୍ୟକାର ନୃସିଂହ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ହରେନ କୁମାର ମଣ୍ଡଳ କାର୍ୟ୍ୟକ୍ରମ ପରିଚାଳନା କରିଥିଲାବେଳେ ନିହାର ରଞ୍ଜନ ନାୟକ, ବାବନ ଚନ୍ଦ୍ର ପାଳ, ଅନୁପମା ପଣ୍ଡା, ବୀରକିଶୋର ପୃଷ୍ଠି, ହେମନ୍ତ ମହାରାଣା, ରଶ୍ମି ରଞ୍ଜନ ସାହୁ, ଅଜୟ କୁମାର ମହାନ୍ତି, ଗଣେଶ୍ୱର ବେହେରା, ପ୍ରଫୁଲ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Comments are closed.