ଟାଟାକୁ ଦେବା ପୂର୍ବରୁ ସୁଧ ସହ ବକେୟା ଦିଅ – ଏୟାର ଇଣ୍ଡିଆ ସଂଘ

ଏକ ମିଳିତ ପତ୍ରରେ ଏୟାର ଇଣ୍ଡିଆ ସଂଘ ସମସ୍ତ ବକେୟା ସୁଧ ସହିତ ପ୍ରଦାନ କରିବା ଏବଂ ଛୁଟି ବଦଳରେ ଦେୟ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କୁ କହିଛନ୍ତି। ପାଇଲଟ୍, ସହକାରୀ ସଦସ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ସଂଘଗୁଡିକ ମଧ୍ୟ କର୍ମଚାରୀମାନଙ୍କୁ ଅବସର ନେବା କିମ୍ବା ସମ୍ପତ୍ତିର ମୂଲ୍ୟାୟନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ କଲୋନୀରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ସଂଘଗୁଡିକ ସେମାନଙ୍କ ଯୁକ୍ତିରେ ଦର୍ଶାଇଛନ୍ତି ଯେ ଯେହେତୁ ବିମାନର ସହାୟକ କମ୍ପାନୀଗୁଡିକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଉ ନାହିଁ, ସେମାନେ ବିମାନ ମାଲିକାନା ଥିବା କଲୋନୀରେ ରହିବାର ଅଧିକାର ରହିଛି। ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବନସାଲଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, ଯେହେତୁ ନୂତନ କ୍ରେତା କର୍ମଚାରୀମାନଙ୍କୁ ଏକ ବର୍ଷର ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି, ତେଣୁ ଇଛାଧିନ ଅବସର ଗ୍ରହଣ ପ୍ରଦାନ ନହେବା ପର୍ଯ୍ୟନ୍ତ କଲୋନୀ ସୁବିଧା ଦିଆଯିବା ଉଚିତ୍।

ଏଥି ସହ ସଂଘଗୁଡିକ ସମସ୍ତ ସ୍ଥାୟୀ କର୍ମଚାରୀଙ୍କୁ ଚିକିତ୍ସା ଏବଂ ମାଗଣା ଯାତ୍ରା ସୁବିଧା ଦେବା ପାଇଁ ଦାବି କରିଛନ୍ତି। କର୍ମଚାରୀ ପ୍ରତିନିଧୀମାନେ କୋଭିଡ୍ ଭତ୍ତା ଏବଂ ଦରମା ଦେବା ପାଇଁ ମଧ୍ୟ କହିଛନ୍ତି।

ବର୍ତ୍ତମାନ ବିମାନ ଉଡ଼ାଣ ଦ୍ରୁତ ଗତିରେ ସ୍ୱାଭାବିକ ହେବାରେ ଲାଗିଛି ଏବଂପୂର୍ବକୋଭିଡ ସ୍ତିତିକୁ ଫେରି ଆସୁଥିବାରୁ ଆମକୁ ଆମର ପୂର୍ବ କୋଭିଡ ଅବସ୍ଥାକୁ ଫେରିବାକୁ ପଡିବ ବୋଲି କୁହାଯାଇଛି। ସଂଘଗୁଡିକ ପକ୍ଷରୁ କୁହାଯାଇଛି ଯେ ବକେୟା ହସ୍ତାନ୍ତର ପୂର୍ବରୁ ସୁଧ ସହିତ ସମ୍ପୂର୍ଣ୍ଣ ରୂପେ ପ୍ରଦାନ କରାଯିବା ଆବଶ୍ୟକ ଏବଂ ଆମକୁ ପ୍ରତିଶ୍ରୁତି ଦିଆଯାଇଥିବା ବକେୟା ବିବରଣୀ ତୁରନ୍ତ ପ୍ରଦାନ କରାଯିବା ଉଚିତ। ଏୟାର ଇଣ୍ଡିଆ ଯୁଗ୍ମ ଆକ୍ସନ୍ ଫୋରମ୍ ଅଫ୍ ୟୁନିଅନ୍ସ ଲେଖିଛନ୍ତି ଯେ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ।

Comments are closed.