୪୮ ପାଇଲଟଙ୍କୁ ବହିଷ୍କାର କଲା ଏୟାର ଇଣ୍ଡିଆ; ମଝି ଆକାଶରେ କିଛି ପାଇଲଟଙ୍କୁ ମିଳିଲା ସୂଚନା

ଏୟାର ଇଣ୍ଡିଆ ଗୁରୁବାର ଦିନ ୪୮ ଜଣ ପାଇଲଟଙ୍କୁ ବରଖାସ୍ତ କରିଛି । ଏହି ପାଇଲଟମାନେ ବିମାନର ଏୟାରବସ୍ ୩୨୦ ଜାହାଜ ଉଡ଼ାଣରେ ନିୟୋଜିତ ହୋଇଥିଲେ। ଏହି ପାଇଲଟଙ୍କ ମଧ୍ୟରୁ କିଛି ପୂର୍ବରୁ ଇସ୍ତଫା ଦେଇଥିଲେ ହେଁ ପରେ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିଲେ । ଏହା ପୂର୍ବରୁ ଅକସ୍ମାତ ଏୟାର ଇଣ୍ଡିଆ ଏପରି ଘୋଷଣା କରିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆର୍ଥିକ ସ୍ଥିତି​‌କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ଏବଂ କୋବିଡ଼ ୧୯ ଯୋଗୁଁ ନିକଟ ଭବିଷ୍ୟତରେ ଏୟାରଇଣ୍ଡିଆର ଆର୍ଥିକ ଅବସ୍ଥା ସୁଧୁରିବାର ନାହିଁ ।

ବିଡ଼ମ୍ବନା ହେଉଛି କିଛି ପାଇଲଟ ମଝି ଆକାଶରେ ଏ ସମ୍ପର୍କରେ ସୂଚନା ପାଇଛନ୍ତି । ଯେତେବେଳେ ସେମାନେ ଆକାଶରେ ବିମାନ ଉଡ଼ାଉଥିଲେ ସେତେବେଳେ ସେମାନଙ୍କୁ ବହିଷ୍କାର କରାଯାଇଛି । ଅନ୍ୟପକ୍ଷରେ ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ସ ଆସୋସିଏସନ୍ (ଆଇସିପିଏ) ବର୍ତ୍ତମାନ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବନସାଲଙ୍କୁ ପାଇଲଟଙ୍କ ବେଆଇନ ବହିଷ୍କାର ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି ।

Comments are closed.