ନାହିଁ ଯନ୍ତ୍ରାଂଶ:ଉଡ଼ି ପାରୁନି ଉଡ଼ାଜାହାଜ

0

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ଯନ୍ତ୍ରାଂଶ ଅଭାବରୁ ୨୩ ପ୍ରତିଶତ ଉଡ଼ାଜାହାଜ ଏବେ ଛିଡ଼ା ହୋଇ ରହିଛନ୍ତି। ଇଣ୍ଡିଆନ କମାର୍ସିଆଲ ପାଇଟଲ ଆସୋସିଏସନ୍‍ ପକ୍ଷରୁ ଏୟାର ଇଣ୍ଡିଆର ସିଏମଡିକୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଚିଠି ଲେଖି ପାଇଲଟ ଆସୋସିଏସନ ଏୟାରଇଣ୍ଡିଆ କର୍ତ୍ତୁପକ୍ଷଙ୍କ କାର୍ଯ୍ୟପ୍ରଣାଳୀ ଉପରେ କଡ଼ା ଆପତ୍ତି ପ୍ରଦର୍ଶନ କରିଛନ୍ତି। କେବଳ ଯନ୍ତ୍ରାଂଶ କାହିଁକି ଯୋଜନା, ସହଯୋଗ ଓ ଆର୍ଥିକ ପ୍ରତିବନ୍ଧକତା ହେତୁ ଏକାଧିକ ବିମାନ ଉଡ଼ିବାରେ ପ୍ରତିବନ୍ଧକ ଦେଖା ଦେଇଥିବା ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି।
ଏ ସମ୍ପର୍କରେ ସେମାନେ କିଛି ଉଦାହରଣ ମଧ୍ୟ ଦେଇଛନ୍ତି। ଏୟାରବସ ଏ୩୨୧ର ୨୦ଟି ବିମାନ ଏବେ ଏୟାରଇଣ୍ଡିଆ ପାଖରେ ରହିଛି। ସେଗୁଡ଼ିକ ମଧ୍ୟରୁ କେବଳ ୧୨ଟି କାର୍ଯ୍ୟକ୍ଷମ ରହିଛି। ଅର୍ଥାତ୍‍ ୪୦ପ୍ରତିଶତ ବିମାନ ଉଡ଼ିବା ପରିବର୍ତ୍ତେ ଛିଡ଼ା ହୋଇ ରହିଛି। କେବଳ ଯନ୍ତ୍ରାଂଶ ଅଭାବରୁ ଏହି ବିମାନଗୁଡ଼ିକ ଛିଡ଼ା ହୋଇ ରହିଛି। ଯାତ୍ରୀବାହୀ ଏହି ବିମାନଗୁଡ଼ିକରେ ଆସନ ସଂଖ୍ୟା ବେଶ୍‍ ଅଧିକ ରହିଥିବାବେଳେ ଏଗୁଡ଼ିକ ଛିଡ଼ା ହୋଇ ରହିବା ଦ୍ୱାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଏୟାରଇଣ୍ଡିଆକୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଉକ୍ତ କାରଣରୁ ପ୍ରତି ଦିନ ଏକାଧିକ ଏୟାରଇଣ୍ଡିଆ ବିମାନର ଉଡ଼ାଣକୁ ବାତିଲ କରାଯାଉଛି। ଏପରିକି ଚୂଡ଼ାନ୍ତ ସମୟରେ ବିମାନ ବଦଳାଇବା ପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।

Leave A Reply