ଶନିବାର ରାତି ସୁଦ୍ଧା ସ୍ୱାଭାବିକ ହେବ ଏୟାର ଇଣ୍ଡିଆର ବିମାନ ଚଳାଚଳ

ନୂଆଦିଲ୍ଲୀ : ଶନିବାର ରାତି ସୁଦ୍ଧା ଏୟାର ଇଣ୍ଡିଆର ବିମାନ ଚଳାଚଳ ସ୍ୱାଭାବିକ ହୋଇଯିବ। ଏୟାର ଇଣ୍ଡିଆ ମୁଖ୍ୟ ପରିଚାଳନା ନିର୍ଦେଶକ ଅଶ୍ୱନି ଲୋହାନୀ କହିଛନ୍ତି, ଖୁବ ଶୀଘ୍ର ସମସ୍ୟାର ସମାଧାନ ନେଇ ସେ ଆଶା କରୁଛନ୍ତି। ଶନିବାର ରାତି ୮.୩୦ ସୁଦ୍ଧା ପ୍ରାୟ ୧୫୫ଟି ବିମାନ ୨ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡିଛି।

ଶନିବାର ସକାଳେ ଏୟାର୍‍ ଇଣ୍ଡିଆର ଯାତ୍ରୀ ସେବା ସପ୍ଟଓୟାର୍‍ ୬ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଏୟାର୍‍ ଇଣ୍ଡିଆ, ୧୫୫ଟି ବିମାନ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଚଳାଚଳ କରିବା କଥା ଜଣାଇଥିଲା। ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ଲୋହାନୀ କହିଛନ୍ତି, ୮୫ଟି ବିମାନ ବିଳମ୍ବରେ ଚଳାଚଳ କରିଛି । ସେଗୁଡ଼ିକ ମଧ୍ୟରେ ୨୧ଟି ଆନ୍ତର୍ଜାତିକ ବିମାନ ରହିଛି। ସେ କହିଛନ୍ତି, ବିମାନ ଚଳାଚଳ ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି ଓ ସେ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆରେ ଏହି ସମସ୍ୟା ଯୋଗୁଁ ବିଶ୍ୱର ବିଭିନ୍ନ ଭାଗରେ ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭୋର୍‍ ୩ଟା ୩୦ମିନିଟ୍‍ରୁ ସକାଳ ୮ଟା ୪୫ମିନିଟ୍‍ ପର୍ଯ୍ୟନ୍ତ ଏୟାର୍‍ ଇଣ୍ଡିଆର ସପ୍ଟଓୟାର୍‍ ବନ୍ଦ ଥିଲା।

Comments are closed.