ଏୟାର ଇଣ୍ଡିଆ କର୍ମଚାରୀ କରୋନା ପଜିଟିଭ୍ – କାର୍ଯ୍ୟାଳୟ ସିଲ୍

ସମାଜ ପୋର୍ଟାଲ ଡେସ୍କ: ଏୟାର ଇଣ୍ଡିଆର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ, ତାର ମୁଖ୍ୟାଳୟକୁ ଦୁଇ ଦିନ ପାଇଁ ସିଲ୍ କରାଯାଇଛି। ଏୟାରଲାଇନ୍ସ ହାଉସରେ କାର୍ଯ୍ୟରତ ଜଣେ କର୍ମଚାରୀ କୋଭିଡ -୧୯ ପଜିଟିଭ୍ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ତାର କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବାରୁ ପ୍ରୋଟୋକଲ୍ ଦୃଷ୍ଟିରୁ ସାନିଟାଇଜେସନ୍ ପାଇଁ ଅଫିସ ବନ୍ଦ ରହିବ। ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ସମସ୍ତ କର୍ମଚାରୀଙ୍କୁ ସହଯୋଗ କରାଯାଉଛି।

କରୋନା ପଜିଟିଭ ଚିହ୍ନଟ ହୋଇଥିବା କର୍ମଚାରୀ ଏୟାର ଇଣ୍ଡିଆର ବାଣିଜ୍ୟ ବିଭାଗରେ କାର୍ଯ୍ୟ କରନ୍ତି। ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଆଣିବା ପାଇଁ ଏୟାର ଇଣ୍ଡିଆ ପୃଥିବୀର ଅନେକ ଦେଶକୁ ଯାତ୍ରା କରୁଛି। ଇତି ମଧ୍ୟରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ସମ୍ପୃକ୍ତ କାର୍ଯ୍ୟାଳୟକୁ ପରିମଳ କରିବାକୁ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଏମସି ଅନୁମୋଦନ ପରେ ହିଁ ଏୟାର ଇଣ୍ଡିଆ ଦିଲ୍ଲୀର କାର୍ଯ୍ୟାଳୟରୁ କାମ ଆରମ୍ଭ କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Comments are closed.