ଏୟାରଇଣ୍ଡିଆ ଖାଦ୍ୟ ପୁଡିଆରୁ ବାହାରିଲା ଅସରପା ; କ୍ଷମା ମାଗିଲା କମ୍ପାନୀ

0

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନରେ ମିଳୁଥିବା ଖାଦ୍ୟରେ ଦୁଇ ଦିନ ପୂର୍ବରୁ ଏକ ଯାତ୍ରୀଙ୍କ ପୁଡିଆରେ ଅସରପା ବାହାରିବା ନେଇ କମ୍ପାନୀ କ୍ଷମା ପାର୍ଥନା କରିଛି। ଏହି ଘଟଣାରେ ଅନ୍ତରୀଣ ତଦନ୍ତ ଆରମ୍ଭ କରିଥିବା କମ୍ପାନୀ କହିଛି। ପିଟିଆଇ ସୂଚନା ଅନୁସାରେ କମ୍ପାନୀ ନିଜର କ୍ଷମା ପାର୍ଥନା ପତ୍ରରେ ଲେଖିଛି ଯେ ‘ଏହି କାର୍ଯ୍ୟ ପାଇଁ ଆମେ ଦୁଃଖିତ ଓ ଆମେ ବିନମ୍ରତାର ସହ କ୍ଷମା ପାର୍ଥନା କରୁଛୁ’। ଏହି ଘଟଣା ଭୋପାଳରୁ ମୁମ୍ବାଇ ଯାଉଥିବା ଏକ ଯାତ୍ରିଙ୍କ ସହ ହୋଇଥିଲା।
ସୂଚନା ଅନୁସାରେ ରୋହିତ ରାଜ ସିଂହ ଚୌହାନ ନାମକ ଏକ ଯାତ୍ରୀ ବିମାନ ଯାତ୍ରା କରୁଥିବା ସମୟରେ ଇଟିଲି, ବରା ଓ ସମ୍ବର ଥିବା ଏକ ଖାଦ୍ୟ ପୁଡିଆ ଅଡର କରିଥିଲେ। ସେହି ଖାଦ୍ୟ ପୁଡିଆରେ ଏକ ମରିଥିବା ଅସରପା ପଡିଥିବା ଦେଖି ରୋହିତ ତାହାର ଫଟୋ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ପରେ ରୋହିତ ଏୟାର ଇଣ୍ଡିଆରେ ଅଭିଯୋଗ କରିଥିଲେ।

Leave A Reply