କକ୍‌ପିଟରେ ଏୟାର ହଷ୍ଟେସଙ୍କୁ ପାଇଲଟଙ୍କ ଅସଦାଚରଣ

0

ମୁମ୍ବଇ : ଏୟାର ଇଣ୍ଡିଆର ଜଣେ ଏୟାର ହଷ୍ଟେସ୍‌ (ବିମାନ ପରିଚାରିକା)ଙ୍କୁ ଏୟାରଲାଇନ୍ସର ଜଣେ ପାଇଲଟ (ବିମାନ ଚାଳକ) ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏୟାର ହଷ୍ଟେସ୍‌ଙ୍କ ଅଭିଯୋଗ କ୍ରମେ ମୁମ୍ବଇର ସାହାର ଥାନାରେ ପାଇଲଟଙ୍କ ନାମରେ ଆଇପିସି ଧାରା ୩୫୪ରେ ଏକ ଏତଲା ରୁଜୁ କରାଯାଇଛି । ଅଭିଯୋଗ ଅନୁସାରେ ପୀଡ଼ିତା ଏୟାର ହଷ୍ଟେସ୍‌ ଅହମଦାବାଦରୁ ମୁମ୍ବଇ ଅଭିମୁଖେ ଯାଉଥିବା ଏଆଇ-୯୮୫ ବିମାନରେ କାର୍ଯ୍ୟରେ ଥିଲେ । ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ବିମାନ ଉଡାଣ ଆରମ୍ଭ କରିଥିଲା । ଏହାର ମାତ୍ର କିଛି ସମୟ ପରେ ଏୟାର ଇଣ୍ଡିଆର ପାଇଲଟ ଜଣକ କକପିଟ୍‌ରେ ଥିବା ୱାସରୁମକୁ ଯାଇଥିଲେ । ନିୟମ ଅନୁସାରେ ପାଇଲଟଙ୍କ ସାହାଯ୍ୟ ପାଇଁ ବିମାନ ପରିଚାରିକା ଜଣକ ତାଙ୍କ ସହ ୱାସରୁମ୍‌ ପର୍ଯ୍ୟନ୍ତ ଯାଇଥିଲେ । ଏହାର ଫାଇଦା ନେଇ ପାଇଲଟ ଜଣକ ତାଙ୍କ ସହ ଅସଦାଚରଣ କରିଥିଲେ । ମୁମ୍ବଇ ପହଞ୍ଚିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply