ବିମାନରୁ ଖସି ପଡ଼ିଲେ ଏୟାର ହଷ୍ଟେସ୍‍

0

ମୁମ୍ବଇ: ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଏୟାର ହଷ୍ଟେସ୍‍ ବିମାନରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ମୁମ୍ବଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ୍‍ ଏୟାରପୋର୍ଟରେ ଘଟିଛି ଏହି ଅଘଟଣ। ଏୟାର ଇଣ୍ଡିଆର ଏକ ବିମାନ ଏଆଇ ୮୬୪ ଦିଲ୍ଲୀ ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କବାଟ ବନ୍ଦ କରିବାକୁ ଯାଇ ଖସି ପଡ଼ିଥିଲେ ଏୟାର ହଷ୍ଟେସ୍‍। ତାଙ୍କୁ ତୁରନ୍ତ ନାନାବତୀ ହସ୍ପିଟାଲ୍‍କୁ ନିଆଯାଇଥିଲା।

Leave A Reply