ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ସୁରକ୍ଷିତ

0

ନୂଆଦିଲ୍ଲୀ : ଶୁକ୍ରବାର ବାୟୁସେନା ଦିବସର ପ୍ରସ୍ତୁତି ସମୟରେ ଉତ୍ତରପ୍ରଦେଶର ବାଗପତରେ ଭାରତୀୟ ବାୟୁସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ପାଇଲଟ୍ ରହିଛନ୍ତି । ଏହି ବିମାନଟି ଗାଜିଆବାଦରେ ଥିବା ହିଣ୍ଡନ ଏୟାରବେସରୁ ଉଡାଣ ଭରିଥିଲା। କିନ୍ତୁ ଅଳ୍ପ ସମୟ ପରେ ବାଗପତ ନିକଟରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ଏକ କ୍ଷେତ ମଧ୍ୟରେ ପଡିଥିଲା । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡି ନଥିବା ବେଳେ ବାୟୁ ସେନା ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।

Leave A Reply