ମଝି ଆକାଶରେ ବିମାନର ଇଞ୍ଜିନରେ ତ୍ରୁଟି, ବଞ୍ଚିଗଲେ ୧୩୬ ଜଣ ଯାତ୍ରୀ

0

କଲକତା .- ଭାରତର ସର୍ବ ବୃହତ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ବିମାନ ୬-ଇ-୨୩୭ର ବିମାନ କଲକାତା ବିମାନ ବନ୍ଦରରେ ଅବତରଣ କରିବା  ଅଳ୍ପ  ସମୟ ପୂର୍ବରୁ  ଏହାର ଇଞ୍ଜିନରେ ବଡ ଧରଣର ତ୍ରୁଟି ଦେଖାଦେଇଥିଲା। ଏହି ଏୟାରବସ ଏ-୩୨୦ ନିଓ ବିମାନ । ବିମାନଟି ଜୟପୁରରୁ କଲକାତ ଆସୁଥିଲା । ବିମାନ ଅବତରଣ କରିବାର ପ୍ରାୟ ୨୫ ମିନିଟ ପୂର୍ବରୁ ବିମାନ ଭିତରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ସେଥିରେ ଥିବା ଅନେକ ଯାତ୍ରୀ ଶ୍ୱାସ ଗ୍ରହଣ କରିବାରେ କଷ୍ଟ ଅନୁଭବ କରିଥିଲେ ।

ପାଇଲଟ ବିମାନ ଅବତରଣ କରିବ ବୋଲି କହିବା ପରେ ବିମାନ ଭିତରେ ଧୂଆଁ ଖେଳିଯାଇଥିବା ଅନେକ ଯାତ୍ରୀ ପ୍ରକାଶ କରିଛନ୍ତି । ଇନ୍ଧନ ତୈଳ ଲିକ୍ କରିବାରୁ ଏପରି ହେଲେ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥି ଯୋଗୁଁ ନିଆଁ ଲାଗି ନ ଥିବା କର୍ତ୍ତୃପକ୍ଷ କହିଛନ୍ତି ।

ଧୂଆଁ ଭର୍ତ୍ତି ହୋଇଯିବା ପରେ ଅନେକ ଅକ୍ସିଜେନ୍ ମାସ୍କ ବ୍ୟବହାର କରିଥିଲେ । ଧୂଆଁ କ୍ୟାବିନ ଭିତରେ ପୁରା ଭର୍ତ୍ତି ହୋଇଯିବା ପରେ ଯାତ୍ରୀମାନଙ୍କୁ ମୁହଁ ଓ ନାକ ଢାଙ୍କି ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାପରେ ବିମାନ ଯାତ୍ରମାନଙ୍କୁ ଜରୁରୀକାଳିନ ଭିତ୍ତିରେ ଅବତରଣ କରାଯାଇଥିଲା । ହେଲେ ଅଳ୍ପରେ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଛି ବୋଲି ଅନେକ ବିମାନ ଯାତ୍ରୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply