୭୩ ବର୍ଷରେ ପାଦ ଦେଇଛି ଆକାଶବାଣୀ କଟକ କେନ୍ଦ୍ର

କଟକ: ଆକାଶବାଣୀ କଟକ କେନ୍ଦ୍ର ଆଜି ୭୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ତଥା ବେତାର ଅଭିନେତା ମିହିର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଆକାଶବାଣୀ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଉଛି।

ଆକାଶବାଣୀ କଟକ ବିଗତ ବର୍ଷମାନଙ୍କରେ ଅନେକ କଳାକାର ସୃଷ୍ଟି କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତିପାଦନ କରିଛି। ଓଡ଼ିଶାର କଳା ଓ ସଂସ୍କୃତିର ସୁରକ୍ଷା ସହ ସୂଚନା, ସମ୍ବାଦ ଓ ମନୋରଞ୍ଜନ ପରିବେଷଣ କରି ଶ୍ରୋତାମାନଙ୍କ ପ୍ରିୟଭାଜନ ହୋଇପାରିଛି।

Comments are closed.