ବିମାନରୁ ମିଳିଲା ନବଜାତକର ମୃତଦେହ

0

ନୂଆଦିଲ୍ଲୀ : ଇମ୍ଫାଲରୁ ଗୁଆହାଟି ଦେଇ ଦିଲ୍ଲୀ ଆସୁଥିବା ଏୟାର ଏସିଆର ଏକ ବିମାନରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବିମାନ କର୍ମଚାରୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବା ପରେ ଦିଲ୍ଲୀ ପୁଲିସ୍‍ ପହଞ୍ଚି ବିମାନରୁ ନବଜାତକର ଶବକୁ ଜବତ କରିଥିଲା । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଥିରୁ ନବଜାତକ କେତେ ଦିନର ଓ ତାର ମୃତ୍ୟୁ କେବେ ହୋଇଛି ତାହା ଜଣାପଡ଼ିବ ବୋଲି କୁହାଯାଉଛି । ବିମାନ ବନ୍ଦରରେ ନବଜାତକର ଶବ କେଉଁଠୁ ଆସିଲା ତାର ଯାଞ୍ଚ ଚାଲିଛି। ତଦନ୍ତକାରୀ ସଂସ୍ଥା ବିମାନ ବନ୍ଦରରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ କରୁଛନ୍ତି। ଏବେ ଏନେଇ ପୁଲିସ୍‍ ପାଖରେ ଅଧିକ ସୂଚନା ନାହିଁ। ନବଜାତକ ମୁହଁରେ ଟଏଲେଟ୍‍ ପେପର ଭର୍ତ୍ତି କରାଯାଇଥିବା ଜାଣିବାକୁ ମିଳିଛି।

Leave A Reply