୨୮ରୁ ୩ ସହରକୁ ଘରୋଇ ଉଡ଼ାଣ ଆରମ୍ଭ

ରନୱେ ମରାମତି ପାଇଁ ବଦଳିଲା ଏୟାର ଏସିଆ ଭୁବନେଶ୍ବର-କୁଆଲାଲୁମ୍ପୁର ସମୟ

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରୁ ଏୟାର ଏସିଆ ଭୁବନେଶ୍ୱରରୁ ତିନିଟି ସହରକୁ ଦୈନିକ ଘରୋଇ ଉଡ଼ାଣ ଆରମ୍ଭ କରିବ। ଏଠାରୁ ​ବେଙ୍ଗାଲୁରୁକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ଏଥିସହ ହାଇଦ୍ରାବାଦ ଏବଂ କଲକାତାକୁ ଗୋଟିଏ ଲେଖାଏଁ ନୂଆ ବିମାନ ଉଡ଼ାଣ ଆରମ୍ଭ କରିବ। ଅପରପକ୍ଷେ ରନୱେ ମରାମତି ପାଇଁ ଭୁବନେଶ୍ବର-କୁଆଲାଲୁମ୍ପୁର ମଧ୍ୟରେ ବିମାନ ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି। ଚଳିତ ମାସ ୨୭ ତାରିଖରୁ ଏହି ବିମାନ ପୂର୍ବ ସମୟ ତୁଳନାରେ ଅଢ଼େଇ ଘଣ୍ଟା ପୂର୍ବରୁ ଚଳାଚଳ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

Comments are closed.