ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ପିଟି ପିଟି ହତ୍ୟା

0

ଜୟପୁର : ରାଜସ୍ଥାନ ଜୟପୁର ଜେଲରେ ବୁଧବାର କେତେକ କଏଦୀ ମିଶି ଜଣେ ପାକିସ୍ତାନୀ କଏଦୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଘଟଣା ପରେ ପୁଲିସ୍‍ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ପାକିସ୍ତାନୀ କଏଦୀଙ୍କ ନାମ ସାକିର ଉଲ୍ଲା ବୋଲି ଜାଣିବାକୁ ମିଳିଛି ।
ଜେଲ ଆଇଜି ରୁପେନ୍ଦ୍ର ସିଂହଙ୍କ କହିବା ଅନୁସାରେ ପୁଲୱାମରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କଏଦୀଙ୍କ ମଧ୍ୟରେ ବିବାଦ ଚାଲିଥିଲା। ବୁଧବାର ୩ରୁ ୪ ଜଣ କଏଦୀ ସାକିରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ଏହି କଏଦୀ ଜଣକ ଆତଙ୍କବାଦୀ ଗତିବିଧି ମାମଲାରେ ବନ୍ଦୀ ଥିଲା । ଏହି ଘଟଣାକୁ ନେଇ ଜେଲରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ୍‍ର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଅନ୍ୟ କଏଦୀଙ୍କୁ ପଚରାଉଚୁରା କରୁଛନ୍ତି।
ପ୍ରକାଶଯୋଗ୍ୟ ଯେ ଏକ ଅନୁରୁପ ଘଟଣା କ୍ରମେ ୨୦୧୩ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂହଙ୍କୁ କେତେକ କଏଦୀ ମରଣାନ୍ତକ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ସରବଜିତଙ୍କ ମୃତ୍ୟୁ ହୋଇଯାଇଥିଲା।

Leave A Reply