ଏଆଇପିଏନ୍‌ବିଓଏ ପକ୍ଷରୁ ବୈଠକ ଆୟୋଜିତ

ଭୁବନେଶ୍ୱର: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ , ଓଡିଶା ଚାପ୍ଟର, ଭୁବନେଶ୍ୱର ପକ୍ଷରୁ ନୂତନ ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀ ଏବଂ ଭୁବନେଶ୍ୱର ଆଞ୍ଚଳିକ  କାର୍ଯ୍ୟାଳୟରେ ଯୋଗ ଦେଇଥିବା ଅନ୍ୟାନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ବୈଠକ ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍କଲର ସଭାପତି ଅରବିନ୍ଦ ଶତପଥୀ ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ରୀୟ କମିଟିର ସହାୟକ ସାଧାରଣ ସମ୍ପାଦକ ତଥା ସର୍କଲ ସଚିବ ବୈଲଚୋନ ସାହୁ ଭୁବନେଶ୍ୱର ଜୋନ୍‌ରେ ଆସୋସିଏସନ୍‌ କାର୍ଯ୍ୟର ସୂକ୍ଷ୍ମ ବିବରଣୀ ପ୍ରଦାନ କରିଥିଲେ । ଜୋନ୍‌ ଛାଡି ଯାଇଥିବା ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଆସୋସିଏସନ୍‌ ପକ୍ଷରୁ ବିଦାୟ ସମ୍ବର୍ନ୍ଧନା ଦିଆଯାଇଥିଲା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା ।

ବ୍ୟାଙ୍କରୁ ଅବସର ଗ୍ରହଣ କରିଥିବା ସମସ୍ତ ଅଧିକାରୀମାନଙ୍କୁ ବ୍ୟାଙ୍କ ପ୍ରତି ଥିବା ସେମାନଙ୍କର ଅବଦାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆସୋସିଏସନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଉପରେ ପର୍ଯ୍ୟବେସିତ ଏକ ବୁକ୍‌ଲେଟ୍‌କୁ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ରେଡ୍ଡୀ ଉନ୍ମୋଚନ କରିଥିଲେ । ଅଞ୍ଚଳ ପ୍ରସାଶନିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ମୁକ୍ତିକାନ୍ତ ରାୟଙ୍କ ସମେତ ଜୋନାଲ ଅଡିଟ୍‌ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ର, ଭୁବନେଶ୍ୱର ସର୍କଲର ସର୍କଲ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, କଟକ ସର୍କଲର ସର୍କଲ ମୁଖ୍ୟ ଜିତେନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ଅଞ୍ଚଳର
ଉପ-ଆଞ୍ଚଳିକ ପ୍ରବନ୍ଧକ ଜନ୍ମେଜୟ ଦିକ୍ଷୀତ, ଭୁବନେଶ୍ୱର ସର୍କଲର ଉପ-ସର୍କଲ ମୁଖ୍ୟ ବିଜୟ ମିଶ୍ର ଏବଂ ଉମାକାନ୍ତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଆଇପିଏନ୍‌ବିଓଏର କାର୍ଯ୍ୟରତ ସଭାପତି ବିକାଶ ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.